ମଙ୍ଗଳବାର ରାଶିଫଳ

ମେଷ: ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଦିନଟି ପ୍ରତିକୂଳ ଫଳଦାୟକ ହୋଇପାରେ । ଦେହ ଅସୁସ୍ଥ ହେବାର ଆଶଙ୍କା ଅଛି । ଶୁଭ କର୍ମ ସମ୍ପାଦନରେ ବିଳମ୍ବ, ଯାତ୍ରା ଅଶୁଭ ଓ ବନ୍ଧୁ ପରିଜନରେ ମତର ଅମେଳ ଆସିବ । ଦେବ କାର୍ଯ୍ୟରେ ଆସ୍ଥା ବଢ଼ିବ ।

ବୃଷ: ବନ୍ଧୁ ବର୍ଗରୁ ସାହାଯ୍ୟ ସହଯୋଗ ଉଲ୍ଲେଖନୀୟ ହେବ । ଋଣ ପରିଶୋଧରେ ଆତ୍ମସନ୍ତୋଷ, ସାଙ୍ଗଠନିକ ଦକ୍ଷତା, ମନୋବଳ ବୃଦ୍ଧି ଓ କାର୍ଯ୍ୟମାନ ଶୃଙ୍ଖଳିତ ହେବ । ବସ୍ତ୍ରାଦି ଆଭୂଷଣ ପାଇବେ । ଧର୍ମ କର୍ମରେ ଅଧିକ ଋଚି ରଖିବେ ।

ମିଥୁନ: ସ୍ୱେଚ୍ଛାଚାର ମନୋଭାବ ପାଇଁ ପରୋକ୍ଷରେ ଶତ୍ରୁ ବଢ଼ିବେ । କର୍ମକ୍ଷେତ୍ରରେ ଅଯଥା ଅଭିଯୋଗ ଆସିବ । ପାରିବାରିକ ସୁଖ ସନ୍ତୋଷ ଅବ୍ୟାହତ ରହିବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ, ସଜ୍ଜନ ସମ୍ପର୍କ, ରାଜନୀତିରେ ସ୍ଥାନ ଆସନ ବଜାୟ ରଖିବେ ।

କର୍କଟ: ସନ୍ତାନ ସନ୍ତତିଙ୍କ ଖୁସିରେ ଖୁସି ମିଶାଇ ପାରିବେ । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ମାନସିକ ସ୍ତରରେ ଦୃଢ଼ ରହିବେ । ଆୟ ବଢ଼ିବ । ବନ୍ଧୁ ପରିଜନଙ୍କର ସହଯୋଗ ମିଳିବ । କର୍ମ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଓ ଯାତ୍ରା ଶୁଭ ।

ସିଂହ: ମନରେ ଉତ୍ସାହ ହାନୀ ଆସିବ । ପାରିବାରିକ ଅସନ୍ତୋଷ, ନିମ୍ନ ଅଙ୍ଗରେ ବ୍ୟଥା, ପଡୋଶୀ ସମ୍ପର୍କରେ ଅବନତି ଘଟିବାର ସମ୍ଭାବନା ଅଛି । କର୍ମ କ୍ଷେତ୍ରରେ ଆୟ ବଢ଼ିବ । ପିଲାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ଅଗ୍ରଗତି ସୂଚିତ ।

କନ୍ୟା: କର୍ମ କ୍ଷେତ୍ରରେ ନିଜର ସ୍ଥିତି ସମ୍ଭାଳିବା କଷ୍ଟକର ହେବ । ପରିସ୍ଥିତି ଚାପରେ ପଡ଼ି ଭୁଲ କରିପାରନ୍ତି । ନିମ୍ନବର୍ଗର ସହଯୋଗ, ପାରିବାରିକ ଅବୁଝାମଣା, କାର୍ଯ୍ୟଦକ୍ଷତା ହ୍ରାସ, ସାଙ୍ଗଠନିକ ଦକ୍ଷତା ଓ ଦୂର ଯାତ୍ରାରେ ସଫଳ ହେବେ ।

ତୁଳା: ପ୍ରିୟ ପରିଜନରେ ଅପ୍ରିୟତା ବଢ଼ିବ । ଯାନବାହନରେ ବ୍ୟୟ, ସ୍ଥିର ନିଷ୍ପତ୍ତି ଗ୍ରହଣରେ ବିଳମ୍ବ, ପାର୍ଶ୍ୱପୀଡ଼ା, ପୂଜାପାଠରେ ଅମନଯୋଗ ଓ ଗୁରୁ ଦେବତା ଭକ୍ତି ଅଧିକ ରହିବ । ବ୍ୟବସାୟରେ ଲାଭାଂଶ କମ ହେବ । ରାଜନୀତିରେ ପ୍ରତିଷ୍ଠା ।

ବିଛା: କଲ୍ୟାଣଚନ୍ଦ୍ର ଭୋଗ ପାଇଁ ଦିନଟି ଶୁଭଫଳ ପ୍ରଦାୟକ ହେବ । ଅର୍ଥ ମିତ୍ର ଲାଭ, ଚାକିରୀ କ୍ଷେତ୍ରରେ ସହଯୋଗ, ଉଦ୍ୟମ ସଫଳ ହେତୁ ଉତ୍ସାହ, ଯାତ୍ରାରେ ଶୁଭ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଲାଭ ଓ ରାଜନୀତିରେ ନିଜସ୍ୱ ଆସନ ଦୃଢ଼ କରିବେ ।

ଧନୁ: ଶୁଭ ମଙ୍ଗଳ କାର୍ଯ୍ୟରେ ବ୍ୟୟ ଓ ପରୋପକାରରେ ଆତ୍ମସନ୍ତୋଷ ପାଇବେ । କର୍ମକ୍ଷେତ୍ରରେ ପରୋକ୍ଷ ବିରୋଧ ଲାଗି ରହିବ । ଦୈହିକ କ୍ଳାନ୍ତି ଅବସାଦ, ଅର୍ଥାଗମ, ମୂଲ୍ୟବାନ ଦ୍ରବ୍ୟ ଲାଭ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ନୀତିନିଷ୍ଠ ହେବେ ।

ମକର: ଦିନଟି ଶୁଭଫଳ ପ୍ରଦାୟକ ହେବ । ମାନସିକ ଶାନ୍ତି ସନ୍ତୋଷ ଅବ୍ୟାହତ ରହିବ । ଆତ୍ମବିଶ୍ୱାସ ବଢ଼ିବ । ସମସ୍ୟା ସମାଧାନ, ସନ୍ତାନବର୍ଗରୁ ସନ୍ତୋଷ, ଯାତ୍ରା ଶୁଭ, ବସ୍ତ୍ରାଦି ଆଭୂଷଣ ପ୍ରାପ୍ତି, ଲୋକ ସମ୍ପର୍କ ଓ ଧର୍ମ କର୍ମରେ ନିଷ୍ଠା ବଢ଼ିବ ।

କୁମ୍ଭ: କର୍ମ ପ୍ରେରଣା ସହିତ ସମୟୋପଯୋଗୀ ସହଯୋଗ କର୍ମକ୍ଷେତ୍ରରେ ଉପଲବ୍ଧ ହେବ । ମୁଖମଣ୍ଡଳରେ ଅସୁସ୍ଥତା କିମ୍ବା ବାୟୁ ସମ୍ପର୍କୀୟ ଅସୁସ୍ଥତା ଅପରାହ୍ନଠାରୁ ଆସିପାରେ । ସଜ୍ଜନ ସମ୍ପର୍କରେ ଆସିବେ, ସଦ ବ୍ୟୟର ସମ୍ଭାବନା ଅଛି ।

ମୀନ: ନିରଳସ ଭାବରେ କର୍ତ୍ତବ୍ୟ ସମ୍ପାଦନ କରିବେ । ପାରିବାରିକ କ୍ଷେତ୍ରରେ ଉତ୍ତମ ବୁଝାମଣା ରହିବ । କର୍ମକ୍ଷେତ୍ରରେ ସାମୟିକ ବିରୋଧ ଆସିପାରେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ ନାହିଁ । ରାଜନୀତିରେ ସଙ୍ଗଠନ ସକ୍ରିୟ କରିପାରିବେ ।

Leave A Reply

Your email address will not be published.

ବ୍ରେକିଂ