ମଙ୍ଗଳବାର ରାଶିଫଳ

ମେଷ: ଦିନଟି ଶୁଭାଶୁଭ ମିଶ୍ରିତ ଫଳ ଦାୟକ ହେବ । କେତେକ କାର୍ଯ୍ୟରେ ବିଫଳତା ମନୋବଳକୁ ଦୋହଲାଇ ଦେଇପାରେ । ପୁନଃ କାର୍ଯ୍ୟାରମ୍ଭ କରି ପାରିବେ । ଦୈବୀ ଅନୁଗ୍ରହ, ବନ୍ଧୁ ସହଯୋଗ, ଅର୍ଥାଗମ ଓ ସତ ପରାମର୍ଶ ଲାଭଦାୟକ ହେବ ।

ବୃଷ: ଚନ୍ଦ୍ରଙ୍କର ଅଷ୍ଟମ ସ୍ଥିତି ଆକସ୍ମିକ ଭାବରେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ । ବନ୍ଧୁ ପରିଜନ ମାନେ ଆପଣା ସ୍ୱାର୍ଥକୁ ଦେଖିବେ । ସନ୍ତାନ ସନ୍ତତି ବର୍ଗରୁ ଆଶ୍ବସ୍ତି ମିଳିବ । କର୍ମ କ୍ଷେତ୍ରରେ ଜଞ୍ଜାଳ, କର୍ତ୍ତୃପକ୍ଷଙ୍କ ନିରବତା ଓ ଦୂରଯାତ୍ରାରେ କ୍ଷତି ।

ମିଥୁନ: ସୁଖ ଶାନ୍ତି ପ୍ରଦାୟକ ହେବ ପାରିବାରିକ ଜୀବନ । ନିର୍ମାଣାଧୀନ କାର୍ଯ୍ୟ ଆଗେଇବ । କର୍ମ କ୍ଷେତ୍ରରେ ବିରକ୍ତି ଓ ଅସନ୍ତୋଷ କମିବାର ନାହିଁ । ଅଣ୍ଟା ଓ ବେକରେ ପୀଡ଼ା, ଦେବାଦେବୀ କାର୍ଯ୍ୟରେ ଆଗ୍ରହ, ଗୁରୁବ୍ରାହ୍ମଣ ଭକ୍ତି, ଦୂର ଯାତ୍ରାରେ ସଫଳତା ପାଇବେ ।

କର୍କଟ: ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଶୁଭ । କର୍ମ କ୍ଷେତ୍ରରେ ଦକ୍ଷତା ପ୍ରମାଣ କରିବେ । ବ୍ୟବସାୟିକ ସଫଳତା, ମଧୁର ବନ୍ଧୁ ସଂପର୍କ, କଳା ସଂଗୀତରେ ଋଚି, ଯାତ୍ରା ଶୁଭ, ଜମି ବିବାଦର ଆପୋଷ ସମାଧାନ ଓ ରାଜନୀତିରେ ଲୋକ ସଂପର୍କରେ ଅଭିବୃଦ୍ଧି ।

ସିଂହ: ଭାବନା ଅନୁସାରେ କାର୍ଯ୍ୟର ଧାରା ଚାଲିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ପ୍ରିୟଜନଙ୍କ ସକ୍ରିୟ ସହଯୋଗ ପାଇବେ । ବ୍ୟୟ ବୃଦ୍ଧି କାରଣରୁ ଅସନ୍ତୋଷ ଆସିପାରେ । ଦେହ ଅସୁସ୍ଥ ହେବାର ଆଶଙ୍କା ଅଛି । ରାତି ୮ ଘ ୫୯ ମି ଠାରୁ ଘାତଚନ୍ଦ୍ର ଭୋଗ ହେବ ।

କନ୍ୟା: ମାନସିକ ଅଶାନ୍ତି ଅସନ୍ତୋଷ ମଧ୍ୟରେ ସମୟ କଟେଇବେ । କର୍ମ କ୍ଷେତ୍ରରେ ବିରୋଧ ଓ ଅପନିନ୍ଦା ଆସିପାରେ । ପରିବାରରୁ ସହଯୋଗ ପାଇବେ । ଉଚ୍ଚବର୍ଗ ସହିତ ମନୋମାଳିନ୍ୟ ଓ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବ ।

ତୁଳା: ରାତି ୮ଘ ୫୯ମି ପର୍ଯ୍ୟନ୍ତ ଘାତଚନ୍ଦ୍ର ଭୋଗ ହେବ । ମାନସିକ ଅବସାଦ ବଢିବ । ଦୈହିକ ସ୍ବାସ୍ଥ୍ୟରେ ଅବନତି, ପ୍ରିୟଜନରେ ଅପ୍ରିୟ ଓ ଅର୍ଥ ଅପବ୍ୟୟ ଆଶଙ୍କା ଅଛି । ନିର୍ମାଣ କାର୍ଯ୍ୟରେ ମନ୍ଥରତା ଓ ରାଜନୀତିରେ ସଠିକ ବୁଝାମଣା ରହିବ ।

ବିଛା: କଥା ଓ ବ୍ୟବହାର ପ୍ରଦର୍ଶନରେ ଯଥା ସମ୍ଭବ ସତର୍କ ହେବା ବିଧେୟ, ବନ୍ଧୁ ଆତ୍ମୀୟ ବର୍ଗରୁ ବିରୋଧ ଆସିପାରେ । କର୍ମ କ୍ଷେତ୍ରରେ ସହଜ ବୁଝାମଣା ମିଳିବ । ପରିବାରରେ ଖୁସି, ପରୋପକାରରେ ଆତ୍ମ ସନ୍ତୋଷ ଲାଭ କରିବେ ।

ଧନୁ: ଦିନଟି ଶୁଭଫଳ ପ୍ରଦାୟକ ହେବ । ପରିବାର ଓ କର୍ମକ୍ଷେତ୍ରରେ ଆତ୍ସସନ୍ତୋଷ ପାଇବେ । ଉତ୍ତମ ଆୟ, ଗୃହୋପକରଣ କ୍ରୟ, ବନ୍ଧୁ ସଂପର୍କରେ ଉନ୍ନତି, ସରକାରୀ ପ୍ରୋତ୍ସାହନ, କର୍ତ୍ତବ୍ୟ ନିଷ୍ଠା ସନ୍ଧ୍ୟା ପରଠାରୁ ଶ୍ଳେଷ୍ମା ଜନିତ ସ୍ବାସ୍ଥ୍ୟ ସମସ୍ୟା ଆସିବ ।

ମକର: କାର୍ଯ୍ୟ ଉପଲକ୍ଷେ ଅଧିକ ବ୍ୟୟ କରିବେ । ପାର୍ଶ୍ୱପୀଡା କିମ୍ବା ପାଦବ୍ୟଥାର ସମ୍ଭାବନା ଅଛି । କର୍ମ କ୍ଷେତ୍ରରେ ନେତୃତ୍ୱ ଓ କାର୍ଯ୍ୟ ଦକ୍ଷତା ଉଭୟ ପ୍ରମାଣ କରି ପାରିବେ । ସନ୍ତାନ ସନ୍ତତିଙ୍କ ପାଇଁ ଆତ୍ସସନ୍ତୋଷ ଓ ଯାତ୍ରା ଶୁଭର ସୂଚନା ।

କୁମ୍ଭ: ଘାତଚନ୍ଦ୍ରର ଅବଧି ରାତି ୮ଘ ୫୯ମି ପର୍ଯ୍ୟନ୍ତ ।  କର୍ମ କ୍ଷେତ୍ରରେ  ବିରୋଧ କିମ୍ବା ସମାଲୋଚନା ଆସିପାରେ । ବିଶେଷ ଉଦ୍ୟମରେ ସଫଳ ହେବା କଷ୍ଟକର ହେବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ, ପରିବାରରେ ଉତ୍ତମ ବୁଝାମଣା ଓ ଯାତ୍ରା ଅଶୁଭର ଆଶଙ୍କା ଅଛି ।

ମୀନ: ଲୋକ କଲ୍ୟାଣ ଅନୁଷ୍ଠାନ ସଂପର୍କିତ ହେବେ । କର୍ମ କ୍ଷେତ୍ରରେ ନିଷ୍ଠା, କୁଟୁମ୍ବ ସୁଖ, ପଡ଼ା ପଡ଼ୋଶୀରେ ଆଦୃତି, ଆଧ୍ୟାତ୍ମିକ କାର୍ଯ୍ୟରେ ଋଚି, ଗୃହରେ ଅତିଥି ଚର୍ଚ୍ଚା, ନୂତନ କାର୍ଯ୍ୟାରମ୍ଭ ଓ ରାଜନୀତିରେ ସଂପର୍କ, ସଂଗଠନ ଦୃଢ କରିପାରିବେ ।

Leave A Reply

Your email address will not be published.

ବ୍ରେକିଂ