ମଙ୍ଗଳବାର ରାଶିଫଳ: ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

ମେଷ: ଭାବ ପ୍ରବଣତାର ଆଧିକ୍ୟ ହେତୁ କର୍ମ କ୍ଷେତ୍ରରେ ତ୍ରୁଟି ବିଚ୍ୟୁତି ଆସିପାରେ । କ୍ଷତିର ଆଶଙ୍କା ନାହିଁ । ଉଦ୍ୟମ ସଫଳ, ପଶୁ ସଂପଦ ଲାଭ, ସୀମା ବିବାଦର ଆପୋଷ ସମାଧାନ ଓ ସନ୍ତାନ ସନ୍ତତି ବର୍ଗରୁ ଆତ୍ମ ସନ୍ତୁଷ୍ଟ ରହିବେ ।

ବୃଷ: ବିନା କାରଣରେ ଅପନିନ୍ଦିତ ହେବେ । ଭାତୃ ସଂପର୍କରେ ଅବନତି ଆସିବ । ଶୁଭ ମଙ୍ଗଳ କାର୍ଯ୍ୟ ବିଳମ୍ବିତ ହୋଇପାରେ । ମାନ ସମ୍ମାନ ରକ୍ଷା କରିବା ପାଇଁ ବ୍ୟୟ କରିବେ । ଧର୍ମାନୁଷ୍ଠାନ ସହ ସଂପର୍କ ବଢିବ । ଦେହ ସୁସ୍ଥ ରହିବ ।

ମିଥୁନ: ଦିନଟି ଶୁଭଫଳ ପ୍ରଦାୟକ ହେବ । କର୍ମ କ୍ଷେତ୍ରରେ ସହଯୋଗ ଓ ପ୍ରେରଣା ଲାଭ କରିବେ । ଉତ୍ତମ ବନ୍ଧୁ ସଂପର୍କ, ଅର୍ଥାଗମ, ଗୁରୁଜନଙ୍କ ଆଶୀର୍ବାଦ, ପିତ୍ତର ଆଧିକ୍ୟ ହେତୁ ଅସୁସ୍ଥତା, ବ୍ୟବସାୟରେ ଅଂଶଧନ ବୃଦ୍ଧି ପାଇବ ।

କର୍କଟ: ନିଜର ସିଦ୍ଧାନ୍ତ ଅନୁସାରେ କାର୍ଯ୍ୟପନ୍ଥା ଗ୍ରହଣ କରିବେ । ତାହା ବ୍ୟୟ ସାପେକ୍ଷ ହୋଇପାରେ । ତୀର୍ଥ ବ୍ରତରେ ଆଗ୍ରହ, ବନ୍ଧୁମାନଙ୍କ ଉଦାସୀନତା, ରାଜନୀତିରେ କ୍ଷମତା ବୃଦ୍ଧି, ନିର୍ମାଣରେ ଅଗ୍ରଗତି ଓ ପାରିବାରିକ ସୁଖ ସୌଭାଗ୍ୟ ଲାଭ ।

ସିଂହ: ସବୁ ଦିଗରୁ ସମୟ ଶୁଭ କାରକ ହେବ । କର୍ମ କ୍ଷେତ୍ରରେ ଆୟ ବଢିବା ସହିତ କେତେକ ପରିବର୍ତ୍ତନ ଆଣି ପାରିବେ । ସାମୟିକ ପଥରୋଧରେ ସ୍ଥିତି ଆସିବ । ଦେବ ନିଷ୍ଠା, ସହଯୋଗ, ସତ ପରାମର୍ଶ ଓ ସଜ୍ଜନ ସଂପର୍କରେ ରହିବାର ସୂଚନା ।

କନ୍ୟା: ଆଜି ବି ଘାତଚନ୍ଦ୍ର ଭୋଗ ହେବ । ପରିବାରରେ ମନାନ୍ତର ଉତ୍କଟ ହୋଇପାରେ । କର୍ମ କ୍ଷେତ୍ରରେ ଅସନ୍ତୋଷ, ସମାଲୋଚନା, ଦେହ ଅସୁସ୍ଥ ଓ ଦୂର ଯାତ୍ରାରେ ଆଘାତ ପ୍ରାପ୍ତିର ଆଶଂକା ଅଛି । ଲୋକ କଲ୍ୟାଣ କାର୍ଯ୍ୟରେ ଆଗ୍ରହ ବଢିବ ।

ତୁଳା: ମନୋବଳ ଦୃଢ ରହିବ । କର୍ମ କ୍ଲାନ୍ତି କିମ୍ବା ବାୟୁ ବୃଦ୍ଧି କାରଣରୁ ସାମୟିକ ଅସୁସ୍ଥତା ଆସିପାରେ । ପରିବାରରେ ସହଯୋଗ, ବ୍ରତ ଉପବାସରେ ନିଷ୍ଠା, ଆଧ୍ୟାତ୍ମିକ ପ୍ରେରଣା ଓ ସତ ପରାମର୍ଶ ପାଇବେ । ଦୂର ଯାତ୍ରା ଶୁଭଙ୍କର ହେବ ।

ବିଛା: କର୍ମ କ୍ଷେତ୍ରରେ ବିରୋଧ ଅବରୋଧ ଆସିବ । ଅତିକ୍ରମ କରିଯିବା କଷ୍ଟକର ହେବ ନାହିଁ । ପିତୃମାତୃ ସୁଖ କାରକ ହେବେ । ଦାୟିତ୍ୱ ସଂପାଦନରେ ବ୍ୟୟର ସମ୍ଭାବନା ଅଛି । ଦୂର ଯାତ୍ରାରେ କ୍ଷତି ଓ ରାଜନୀତିରେ ଦୃଢ ସ୍ଥିତି ରହିବ ।

ଧନୁ: ଦିନଟି ଶୁଭ ମଙ୍ଗଳ ଫଳ ପ୍ରଦାୟକ ହେବ । ଲୋକ ସଂପର୍କର ପରିସୀମା ବଢିବ । ସଭା ସମିତି କିମ୍ବା ଧର୍ମୀୟ ଅନୁଷ୍ଠାନ ସହ ସଂପୃକ୍ତ ହୋଇପାରନ୍ତି । ଯାତ୍ରା ଶୁଭ ଓ ଦୈହିକ ସ୍ୱାସ୍ଥ୍ୟରେ ଉନ୍ନତି । ପରୋପକାରରେ ଆତ୍ମ ସନ୍ତୋଷ ପାଇବେ ।

ମକର: ଆୟ ବଢିଲେ ବି ଅଭାବ ବୋଧ ଦୂର ହେବ ନାହିଁ । ମାନସିକ ସ୍ତରରେ ଅଶାନ୍ତ ରହିବେ । ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ, ବନ୍ଧୁ ସହଯୋଗ, ପୂଜା ପାଠରେ ଋଚି, ଲୋକ କଲ୍ୟାଣ ମନୋଭାବ ହେତୁ ସାମାଜିକ ସମ୍ମାନ ଓ ସତ ପରାମର୍ଶ ପାଇବେ ।

କୁମ୍ଭ: ଦେହ ଓ ମନର ସ୍ଥିତିରେ ସଠିକ ତାଳମେଳ ରହିବ । ସଜ୍ଜନ ସଂପର୍କରେ ଆସିବେ । ବୌଦ୍ଧିକ ଜ୍ଞାନ ପରିସର ବଢିବ । ବସ୍ତ୍ରାଦି ଆଭୂଷଣ ପ୍ରାପ୍ତି, ଦ୍ରବ୍ୟ ଲାଭ, କର୍ମ କ୍ଷେତ୍ରରେ େପ୍ରରଣା ଓ ଆର୍ଥିକ ସ୍ବଚ୍ଛଳତା ମିଳିବ । ଯାତ୍ରାରେ ଶୁଭ ।

ମୀନ: ଲାଭ କ୍ଷତି ବିଚାର ପରେ କାର୍ଯ୍ୟାରମ୍ଭ କରିବା ଉଚିତ । ବନ୍ଧୁ ପରାମର୍ଶ ନିଶ୍ଚୟ ଗ୍ରହଣ କରନ୍ତୁ । ଅର୍ଶ କିମ୍ବା ସ୍ନାୟୁ ଦୁର୍ବଳତା ଜନିତ ଅସୁସ୍ଥତା ଭୋଗ ହେବ । ଯାନବାହନରେ ଲାଭ, ବୈଷୟିକ ଉନ୍ନତି ଓ ଉଚ୍ଚ ବର୍ଗର ସହଯୋଗ ପାଇବେ ।

Leave A Reply

Your email address will not be published.

ବ୍ରେକିଂ