ମଙ୍ଗଳବାର ରାଶିଫଳ

ମେଷ: ଘାତଚନ୍ଦ୍ର ଭୋଗର ସମୟ ଦିବା ୧ଘ ୧୦ମି ପର୍ଯ୍ୟନ୍ତ । ମାନସିକ ଅସ୍ଥିରତା ବୃଦ୍ଧି, ଦୂର ଯାତ୍ରାରେ ଅଶୁଭ ଓ କର୍ମକ୍ଷେତ୍ରରେ ସମାଲୋଚନା ଆଦି ଆସିପାରେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ବ୍ୟବସାୟରେ ଉନ୍ନତି ଓ ଧର୍ମ କର୍ମରେ ନିଷ୍ଠା ।

ବୃଷ: କେତେକ ବିଶେଷ କାର୍ଯ୍ୟ ପାଇଁ ଅଧିକ ବ୍ୟୟ ବରାଦ ଆସିବ । ଅଯଥାରେ ଶତ୍ରୁ ବଢିବେ । ପରିବାରରେ ପିଲାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା, ବ୍ୟବସାୟରେ ଲାଭାଂଶ ବୃଦ୍ଧି, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଲାଭ , ଧର୍ମ କର୍ମରେ ନିଷ୍ଠା ଓ ନିମ୍ନ ଅଂଗରେ ବ୍ୟଥା ଆସିପାରେ ।

ମିଥୁନ: ଅଭିଳାଷ ପୂରଣ ପାଇଁ ଦିନଟି ଶୁଭ କାରକ ଅଟେ । ବୃତ୍ତିରେ ନିଷ୍ଠା ବୃଦ୍ଧି, ଉଚ୍ଚବର୍ଗ ସହିତ ଉତ୍ତମ ସଂପର୍କ, ଭାବ ପ୍ରବଣତା, ପାରିବାରିକ ବୁଝାମଣା ସହଜ ହେବ । ଯାନ ବାହାନରେ କ୍ଷତି ଓ ରାଜନୀତିରେ ସମାଲୋଚିତ ହେବେ ।

କର୍କଟ: ସାଂଗଠନିକ କାର୍ଯ୍ୟରେ ନେତୃତ୍ବ ଗ୍ରହଣ କରିବେ । ପାରିବାରିକ କ୍ଷେତ୍ରରେ ବ୍ୟସ୍ତତା ବଢିବ । ଗୃହ ନିର୍ମାଣାଦି କର୍ମ ଆଗେଇବ । ଅର୍ଥାଗମରେ ପ୍ରତିବନ୍ଧକ ଆସିବ ନାହିଁ । ରାଜନୀତିରେ ଉତ୍ତମ ବୁଝାମଣା ଓ ଉଚ୍ଚବର୍ଗରୁ ସହଯୋଗ ଲାଭ ହେବ ।

ସିଂହ: କୌଣସି ସନ୍ତୋଷଜନକ କାରଣ ନଥାଇ ମନ ଭାରାକ୍ରାନ୍ତ ରହିବ । ଆହାର ବିହାରରେ ଶୃଙ୍ଖଳା, କର୍ମ ପ୍ରବଣତା, ଉଦ୍ୟମ ସଫଳ ଏବଂ ନିମ୍ନ ଅଙ୍ଗରେ ବ୍ୟଥା ପ୍ରତି ଯତ୍ନଶୀଳ ହେବା ଆବଶ୍ୟକ । ଧର୍ମ କର୍ମରେ ଉତ୍ସାହ ଓ ଗୁରୁ ବ୍ରାହ୍ମଣ ଭକ୍ତି ବଢିବ ।

କନ୍ୟା: କାର୍ଯ୍ୟମାନ ଅଧାରେ ଅଟକି ଯାଇପାରେ । ଦୂର ଯାତ୍ରାରେ କ୍ଳାନ୍ତି ଅବସାଦ ବଢିବ୤ ଦୈହିକ ସ୍ବାସ୍ଥ୍ୟରେ ଅବନତି, ପରିବାରରେ ବଚସା, ମିତ୍ର ହାନୀ ତଥା ଆର୍ଥ଄କ ସ୍ଥ଄ତି ସନ୍ତୋଷଜନକ ହେବନାହିଁ । ବ୍ୟବସାୟ କ୍ଷେତ୍ର ପରିସର ବଢାଇ ପାରିବେ୤

ତୁଳା: ଅପରକୁ ସହଯୋଗ କରିବାକୁ ଯାଇ ଅର୍ଥ ଓ ସମୟ ବିନିଯୋଗ କରିବେ । ଆତ୍ମସନ୍ତୋଷ ପାଇବେ । କର୍ତ୍ତବ୍ୟ ସଂପାଦନରେ ତ୍ରୁଟି ବିଚ୍ୟୁତି ଆସିପାରେ । କର୍ମ କ୍ଷେତ୍ରରେ ସମ୍ମାନ, ଆର୍ଥ଄କ ସ୍ୱଚ୍ଛଳତା ଓ ପରିବାରରେ ସଠିକ ବୁଝାମଣା ରହିବ ।

ବିଛା: ଦିବା ୧ଘ୧୦ମି ଠାରୁ ଘାତଚନ୍ଦ୍ର ଭୋଗ ହେବ । ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ନଷ୍ଟ । କର୍ମକ୍ଷେତ୍ରରେ ବିରୋଧ ଓ ଦେହପୀଡା ପ୍ରାୟତଃ ଭୋଗ ହେବ । ବନ୍ଧୁ ପ୍ରିୟଜନଙ୍କ ସହଯୋଗ ପାଇବେ । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ଓ ଯାତ୍ରା ଅଶୁଭ ।

ଧନୁ: ବୌଦ୍ଧିକ ବିଚାରରେ ସ୍ବାତନ୍ତ୍ର୍ୟତା ବଜାୟ ରଖିବେ । ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତି, ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିବେ । ଆହାର ବିଶ୍ରାମ ନିୟମିତ ହେବ । ଗୁରୁ ବ୍ରାହ୍ମଣ ଭକ୍ତି, ଧର୍ମ କାର୍ଯ୍ୟରେ ଋଚି, ନିର୍ମାଣ କାର୍ଯ୍ୟରେ ଅଧିକ ବ୍ୟୟ ହେବ ।

ମକର: ନିମ୍ନ ବର୍ଗରୁ ଅସହଯୋଗ ଆସିବ । ଆତ୍ମସମ୍ମାନ ଉପରେ ଆଞ୍ଚ ଆସିପାରେ । ଦୂର ଯାତ୍ରାରେ କ୍ଷତି, ଅର୍ଥ ଅପଚୟ, ବୀମା ବର୍ତ୍ତ ମୁଣ୍ଡବ୍ୟଥା, ଅଧିକ ପରିଶ୍ରମ ଓ ପରିବାରରେ ସହଜ ବୁଝାମଣା ରହିବ । ରାଜନୀତିରେ ସଂଗଠନ ଦୃଢ ହେବ ।

କୁମ୍ଭ: ପରୋକ୍ଷ ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବେ । କର୍ମକ୍ଷେତ୍ରରେ ସହଯୋଗ, ଦ୍ରବ୍ୟ ଲାଭ, ପାରିବାରିକ ସୁଖ, ସ୍ନାୟୁ ଦୁର୍ବଳତା, ଗଠନମୂଳକ ପରାମର୍ଶ ପ୍ରାପ୍ତି ଓ ଆଧ୍ୟାତ୍ମିକ ଚିନ୍ତା ଚେତନାର ସଫଳ ବିକାଶ ଘଟିବ ।

ମୀନ: ଶୁଭାଶୁଭ ମିଶ୍ରିତ ଫଳ ଆଜି ଦିନରେ ଭୋଗ ହେବ । କର୍ମକ୍ଷେତ୍ରରେ ସ୍ବାଧୀନତା ବଢିବ । ସୌଖୀନ ଦ୍ରବ୍ୟ କ୍ରୟ, ବନ୍ଧୁ ସଂପର୍କରେ ଉନ୍ନତି, ଅମ୍ଳ ଅର୍ଶର ପୀଡା, ପରିବାରରେ ମନାନ୍ତର, ବିବାହାଦି ଶୁଭ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିବେ ।

Leave A Reply

Your email address will not be published.

ବ୍ରେକିଂ