ମଙ୍ଗଳବାର ରାଶିଫଳ

ମେଷ: ଚନ୍ଦ୍ରଙ୍କର ଏକାଦଶ ସ୍ଥିତି ବିଶେଷ ଶୁଭକାରକ ହେବ । ମନରେ ସ୍ଥିରତା ଆସିବ । ଅଟକି ଥିବା କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିବେ । ଭ୍ରମଣ ସୁଖ, ପରିବାରରେ ସହଜ ବୁଝାମଣା, ଋଣ ପରିଶୋଧ ତଥା ବୈଷୟିକ କ୍ଷେତ୍ରରେ ସ୍ୱୟଂସମ୍ପୂର୍ଣ୍ଣ ହେବେ ।

ବୃଷ: କର୍ମକ୍ଷେତ୍ରରେ ସତ ପରାମର୍ଶ ପାଇବେ । ସାମାଜିକ ଆଦର ଅଭ୍ୟର୍ଥନା, କୁଟୁମ୍ବ ସୁଖ, ଗୃହରେ ଅତିଥି ଚର୍ଚ୍ଚା, ସ୍ବାଧୀନ ଭାବଧାରା, ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି, ବାଣିଜ୍ୟରେ କ୍ଷେତ୍ର ପରିସର ବଢ଼ାଇ ପାରିବେ । ଧର୍ମାନୁଷ୍ଠାନ ସହିତ ସମ୍ପର୍କ ଘନିଷ୍ଠ ହେବ ।

ମିଥୁନ: ଘାତଚନ୍ଦ୍ର ସାରାଦିନ ଭୋଗ ହେବ । ମାନସିକ ଦୁଶ୍ଚିନ୍ତା ଭୋଗ ହେବାର ଆଶଙ୍କା ଅଧିକ । ଅମ୍ଳ ଅର୍ଶାଦି ପୀଡ଼ା କିମ୍ବା ସ୍ନାୟବିକ ଦୁର୍ବଳତା ଆଦି ସାମୟିକ ଆସିବ । ଯାନବାହନରେ ବ୍ୟୟ ଓ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଯୋଗ । ଶ୍ରୀତ୍ରିପୁରାଙ୍କ ପୂଜାର୍ଚ୍ଚନା କରଣୀୟ ।

କର୍କଟ: ଦେହ ଓ ମନରେ ଅସୁସ୍ଥ ରହିପାରନ୍ତି । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ପ୍ରତିଷ୍ଠା କରିବେ । ନିର୍ମାଣ କାର୍ଯ୍ୟ ଶିଥିଳ ହେବ । ଉଚ୍ଚ ଅଭିଳାଷ ପୂରଣ ପାଇଁ ଉଦ୍ୟମ ଅବ୍ୟାହତ ରଖିବେ । ପରିବାରରେ ସ୍ନେହ ସମ୍ପର୍କ ରହିବ । ଦେବାର୍ଚ୍ଚନରେ ଉତ୍ସାହ ବଢ଼ିବ ।

ସିଂହ: ସର୍ବଦା କର୍ମ ଚଞ୍ଚଳ ରହିବେ । ପରିବାରରେ ହସ ଖୁସି ମିଳିବ । ଅସମୟରେ ଅପରକୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ । ଯାନବାହନରେ ବ୍ୟୟ, ବୃତ୍ତିରେ ନିଷ୍ଠା ଓ ଆୟ ହ୍ରାସ ହେବାର ସମ୍ଭାବନା ଅଧିକ । ଦୂରଯାତ୍ରାରେ ସଫଳ ହେବେ ।

କନ୍ୟା: କର୍ମକ୍ଷେତ୍ରରେ ଅଧÒକ ପରିଶ୍ରମ ଓ ବ୍ୟୟ ଭାରର ସାମ୍ନା କରିବେ୤ ଉଚ୍ଚ କର୍ତ୍ତୃପକ୍ଷଙ୍କ ଶୁଭ ନଜର ବିଶେଷ ମିଳିବ ନାହିଁ୤ ପାରିବାରିକ ସୁଖ ସନ୍ତୋଷ, ସଜ୍ଜନ ସମ୍ପର୍କ, ନିୟମ ନିଷ୍ଠା, ବିବାଦ ଜୟ ଓ ଆହାର ବିହାରରେ ନିୟମିତତା ରଖÒବେ୤

ତୁଳା: ସ୍ଥ଄ର ବିଚାର ରଖି ନପାରିଲେ କାର୍ଯ୍ୟମାନ ବିଶୃଙ୍ଖଳିତ ସ୍ଥିତିରେ ରହିବ । ଗୃହୋପକରଣ କ୍ରୟ, କର୍ତ୍ତବ୍ୟ କର୍ମରେ ନିଷ୍ଠା, ସତ ସମ୍ପର୍କରେ ଉନ୍ନତି, ପିତାମାତା ଗୁରୁଜନ ବର୍ଗରୁ ଆଶୀର୍ବାଦ ମିଳିବ । ଦୂର ଯାତ୍ରାରେ ଶୁଭ ଯୋଗ ।

ବିଛା: ମନରେ ଅସ୍ଥିରତା ଲାଗିରହିବ । କର୍ମକ୍ଷେତ୍ରରେ ଅବିଶ୍ବାସ, ଅର୍ଥହାନୀ ଓ ବୁଝାମଣାର ଅଭାବ ରହିପାରେ । ସେବା ଧର୍ମ ଓ ସତସଙ୍ଗରେ ଆଗ୍ରହୀ ହେବେ କୁଟୁମ୍ବ ସୁଖ ଶାନ୍ତି, ଅଣ୍ଟା ପିଠିରେ ବ୍ୟଥା, ସମସ୍ୟା ସମାଧାନ ସହ ଅଗ୍ରଗତି ଅବ୍ୟାହତ ରଖିବେ ।

ଧନୁ: ଆୟରଧାରା ଅବାରିତ ରହିବ । ଅର୍ଥର ସଠିକ ଉପଯୋଗ କରିପାରିବେ । ଧର୍ମ ନିଷ୍ଠା, ପୁରାତନ ବନ୍ଧୁ ସମ୍ପର୍କରେ ଉନ୍ନତି, କର୍ମକ୍ଷେତ୍ରରେ ଉତ୍ସାହ, ଶୁଭ କାର୍ଯ୍ୟରେ ସମ୍ପୃକ୍ତି ଓ ପରିବାରରେ ଉତ୍ତମ ବୁଝାମଣା ରହିବ । ରାଜନୀତିରେ କ୍ଷମତା ଲାଭ ଯୋଗ ।

ମକର: ଭ୍ରାତୃବର୍ଗରୁ ଅଶାନ୍ତି ଅସନ୍ତୋଷ ଆସିବ । ଆବଶ୍ୟକତାଠାରୁ ବ୍ୟୟ ଭାର ମଧ୍ୟ ଅଧିକ ରହିବ । କର୍ମକ୍ଷେତ୍ରରେ ନିଷ୍ଠା, ପରୋପକାରରେ ଆତ୍ମସନ୍ତୋଷ, ପ୍ରତିଯୋଗିତାରେ ବିଜୟ, ଆଧ୍ୟାତ୍ମିକ କର୍ମରେ ଅନୁପ୍ରେରଣା ଓ ରାଜନୀତିରେ ସ୍ଥିତି ସୁଦୃଢ଼ କରିବେ ।

କୁମ୍ଭ: କଲ୍ୟାଣ ଚନ୍ଦ୍ର ଭୋଗ ହେତୁ ପୂର୍ବାପେକ୍ଷା ଦିନଟି ଶୁଭକାରକ ହେବ । ବିଳାସ ଦ୍ରବ୍ୟ କ୍ରୟରେ ବ୍ୟୟ କରିବେ । ବସ୍ତ୍ରାଦି ଆଭୂଷଣ ପ୍ରାପ୍ତି, ପରିବାରରେ ବୁଝାମରା, ସାମାଜିକ ଅନୁଷ୍ଠାନ ସମ୍ପର୍କିତ ହେବେ । କର୍ମକ୍ଷେତ୍ରରେ ପ୍ରଶାନ୍ତି ଓ ଆଦୃତି ମିଳିବ ।

ମୀନ: ଘାତଚନ୍ଦ୍ର ଭୋଗ କାରଣରୁ ମାନସିକ ଅସହାୟତା ବଢ଼ିବ । କାର୍ଯ୍ୟମାନ ସଠିକ ଭାବେ କରିଲେ ବି କର୍ମକ୍ଷେତ୍ରରେ ଦୋଷାରୋପିତ ହେବେ । ଉଦର ପୀଡ଼ା କିମ୍ବା ପିତ୍ତର ଆଧିକ୍ୟ ହେତୁ ସାମାନ୍ୟ ଅସୁସ୍ଥତା ଆସିପାରେ । ପରିବାରରେ ଖୁସି ମିଳିବ । ଶ୍ରୀତାରାଙ୍କ ପୂଜାର୍ଚ୍ଚନା କରନ୍ତୁ ।

Leave A Reply

Your email address will not be published.

ବ୍ରେକିଂ