ମଙ୍ଗଳବାର ରାଶିଫଳ: ଏହି ରାଶିରେ ବ୍ୟକ୍ତିଙ୍କ ରହିବ ସ୍ୱାସ୍ଥ୍ୟଗତ ସମସ୍ୟା

ମେଷ: ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ ବନ୍ଧୁବର୍ଗରୁ ଛଳନା ଓ ପ୍ରତାରଣା ହିଁ ମିଳିବ।  କର୍ମ କ୍ଷେତ୍ରରେ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ସଫଳତାର ସହିତ ସମ୍ପାଦନ କରିବେ।  ପରିବାରରେ ଅସହଯୋଗ ଓ ଆର୍ଥିକ ସ୍ଥିତିରେ କ୍ରମ ଉନ୍ନତି ଘଟିବ।

ବୃଷ: ଦୈହିକ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାଜନକ ହୋଇପାରେ। ଆଶଙ୍କା ଓ ଉଦବେଗ ବଢ଼ିବ।  ଆୟ ବ୍ୟୟ ପ୍ରାୟ ସମାନ ରହିବ।  କର୍ମକ୍ଷେତ୍ରରେ ପଦସ୍ଥ କର୍ମକର୍ତ୍ତାଙ୍କ ପ୍ରିୟଭାଜନ ହେବେ।  ରାଜନୀତିରେ ଅସ୍ଥିରତା, ବ୍ୟବସାୟରେ କ୍ଷତି ଓ ଦ୍ରବ୍ୟ ନଷ୍ଟର ସମ୍ଭାବନା ଅଛି।

ମିଥୁନ: ହର୍ଷ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ କରିବେ।  ମନର ଅଭିଳାଷ ପୂରଣ, ବନ୍ଧୁ ସମ୍ପର୍କୀୟଙ୍କ ସହଯୋଗ, ସାମାଜିକ ପ୍ରତିଷ୍ଠା ଓ ପରିବାରରେ ଉତ୍ତମ ବୁଝାମଣା ରହିବ।  ଚାକିରି କ୍ଷେତ୍ରରେ ସାମୟିକ ତ୍ରୁଟିବିଚ୍ୟୁତି ଆସିବ।  ରାଜନୀତିରେ ଆଶାବାଦୀ ହେବେ।

କର୍କଟ: କର୍ମକ୍ଷେତ୍ରରେ ଶାନ୍ତି ସହଯୋଗ ମିଳିବ।  ଦୂରଯାତ୍ରା ହେତୁ କ୍ଳାନ୍ତି ଅବସାଦ ବଢ଼ିବ।  କୁଟୁମ୍ବ ସୁଖ, ତୀର୍ଥ ଦର୍ଶନ, ବନ୍ଧୁବର୍ଗରୁ ସତ ପରାମର୍ଶ ଓ ଉଦ୍ଦେଶ୍ୟ ପୂରଣରେ ସକ୍ଷମ ହେବେ।  ରାଜନୀତି କ୍ଷେତ୍ରରେ ଶାସକୀୟ ସହଯୋଗ ମିଳିବ ଓ ଧର୍ମ କାର୍ଯ୍ୟରେ ରୁଚି ବଢିବ।

ସିଂହ: ଦୃଢ଼ ମନୋବଳ ନେଇ କର୍ମ କ୍ଷେତ୍ରରେ ଅଗ୍ରଗତି ଅବ୍ୟାହତ ରଖିବେ। ପାରିବାରିକ କ୍ଷେତ୍ରରେ ସାମୟିକ ମନାନ୍ତର ଆସିପାରେ।  ଆୟ ବଢ଼ିବା ସହିତ ନୂତନ ଯୋଜନାରେ ବ୍ୟୟ ମଧ୍ୟ ଅଧିକ ହେବ।  ଯାତ୍ରାରେ ଶୁଭ, ଆଣ୍ଠୁଗଣ୍ଠି ପୀଡ଼ା ଅନୁଭବ କରିବେ।

କନ୍ୟା: ପାରିବାରିକ କ୍ଷେତ୍ରରେ ନିଃସଙ୍ଗତା ବୋଧ ଅଧିକ ରହିବ।  ଆଧ୍ୟାତ୍ମିକ କାର୍ଯ୍ୟରେ ନିଷ୍ଠାବାନ ହେବେ।  କର୍ମକ୍ଷେତ୍ରରେ ଜୟ, ଅସଙ୍ଗତି ଆଦି ଆସିପାରେ। ପୁରୁଣା ସ୍ୱାସ୍ଥ୍ୟ ସମସ୍ୟା ଉଦବେଗ ବଢ଼ାଇବ। ରାଜନୀତିରେ ନିନ୍ଦା, ସମାଲୋଚିତ ହୋଇପାରନ୍ତି। 

ତୁଳା: ସାରାଦିନ ଘାତଚନ୍ଦ୍ର ଭୋଗ ହେବ।  ପାରିବାରିକ କ୍ଷେତ୍ରରେ  ମନାନ୍ତର ଆସିପାରେ।  ଲକ୍ଷ୍ୟ ପୂରଣରେ ବିଳମ୍ବ, ସ୍ୱାସ୍ଥ୍ୟ ପୀଡ଼ା ଓ ଦୂରଯାତ୍ରାରେ ଅସଫଳ ହେବେ।  କର୍ମ ପ୍ରଶାନ୍ତି ଅବ୍ୟାହତ ରହିବ,  ସାମାଜିକ କାର୍ଯ୍ୟ ଓ ରାଜନୀତିରେ ସମ୍ମାନ ମିଳିବ। 

ବିଛା: ଆର୍ଥିକ ଅସ୍ୱଚ୍ଛଳତା ପ୍ରାୟତଃ ଲାଗିରହିବ।  ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସହଯୋଗ, ବୈଷୟିକ ଉନ୍ନତି, ଯାତ୍ରାଜନିତ କ୍ଳାନ୍ତି, ଆଧ୍ୟାତ୍ମିକ କାର୍ଯ୍ୟରେ ନିଷ୍ଠା, ପରୋପକାର ଓ ପାରିବାରିକ ସୁଖ ଶାନ୍ତିରେ ବାଧା ନାହିଁ।

ଧନୁ: କଲ୍ୟାଣ ଚନ୍ଦ୍ର ଭୋଗ ହେତୁ ଦିନଟି ଶୁଭଫଳ ପ୍ରଦାନ କରିବ। ଦେହ ଅପେକ୍ଷା ମାନସିକ ସ୍ୱାସ୍ଥ୍ୟ ଯଥେଷ୍ଟ ଭଲ ରହିବ।  ଅନ୍ତର୍ନିହିତ ପ୍ରତିକାର ବିକାଶ, ପରିଜନେ ପ୍ରିୟ, ଧର୍ମ ନିଷ୍ଠା, ଉଦ୍ୟମ ସଫଳ ଓ ଆର୍ଥିକ ସ୍ୱଚ୍ଛଳତା ସମ୍ପନ୍ନତା ମିଳିବାର ସୂଚନା।

ମକର: ସାମାଜିକ ଉତ୍ସବାନୁଷ୍ଠାନ କିମ୍ବା ଧର୍ମ କାର୍ଯ୍ୟରେ ବ୍ୟୟ କରିବେ।  ଆତ୍ମ ସନ୍ତୋଷ ମିଳିବ‌ ଉଦର ପୀଡ଼ା, ଗଣ୍ଠି ବ୍ୟଥା ଆଦି ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ଆସିପାରେ।  ବ୍ୟବସାୟରେ କ୍ଷତି, ପାରିବାରିକ ସୁଖ, ରାଜନୀତିରେ ଅସହଯୋଗ ଓ ଦୂରଯାତ୍ରାରେ ସଫଳତା ମିଳିବ। 

କୁମ୍ଭ: ଘାତଚନ୍ଦ୍ର ଭୋଗ ହେତୁ ଦିନଟି ପ୍ରତିକୂଳ ଫଳଦାୟକ ହୋଇପାରେ।  ପରସ୍ପର ବିରୋଧ ଚିନ୍ତାଧାରା ଲାଗିରହିବ।  ନିଷ୍ପତ୍ତି ନେବାରେ ବିଳମ୍ବ, ନିମ୍ନ ଅଙ୍ଗରେ ସ୍ୱାସ୍ଥ୍ୟ ସମସ୍ୟା, ପାରିବାରିକ ମତଭେଦ, ଯାତ୍ରା ଅଶୁଭ ଓ ଧର୍ମ କାର୍ଯ୍ୟରେ ନିଷ୍ଠା ବଢ଼ିବ। 

ମୀନ: ଗଠନମୂଳକ ପରାମର୍ଶ ବନ୍ଧୁମାନଙ୍କଠାରୁ ମିଳିବ।  ଯାନବାହନରେ ଆକସ୍ମିକ ବ୍ୟୟ ହେବ। କର୍ମକ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇବେ।  ଦୂର ସମ୍ପର୍କରୁ ଲାଭ, ଅମ୍ଳ ଅର୍ଶ ଆଦି ସ୍ବାସ୍ଥ୍ୟ ପୀଡ଼ା ଓ ପରିବାରରେ ବୁଝାମଣା ସଠିକ ରହିବ।

Leave A Reply

Your email address will not be published.

ବ୍ରେକିଂ