ଦେବଗଡ଼ରେ ହାତୀ ଉପଦ୍ରବ: ଭାଙ୍ଗିଲା ଘରଦ୍ୱାର

ଦେବଗଡ଼: ଦେବଗଡ଼ରେ ହାତୀ ଉପଦ୍ରବ । ଦେବଗଡ଼ ବନଖଣ୍ଡ ବାରକୋଟ ରେଞ୍ଜ ଅନ୍ତର୍ଗତ ଦଂତାରିବାହାଳ ଗ୍ରାମର ମକୁରଦୁମା ସାହିରେ ଏକ ଦନ୍ତା ହାତୀ ପ୍ରାୟ ୫ଟି ଘର ଭାଙ୍ଗିବା ସହ ବହୁ କ୍ଷୟକ୍ଷତି କରିଥିବା ଜଣାପଡ଼ିଛି । ଗତକାଲି ରାତିରେ ଏକ ଦନ୍ତା ଉକ୍ତ ସାହିର ପରମା ଭୋଇ, ବାଇଧର ନାୟକଙ୍କ ସମେତ ଆଉ କେତେକଙ୍କ ଘର ଭାଙ୍ଗିବା ସହ ବହୁ କ୍ଷତି ଘଟାଇଛନ୍ତି ।

ହାତୀଟି ପରମାଙ୍କ ଘର ସମ୍ପୁର୍ଣ୍ଣ ଭାଙ୍ଗିବା ସହ ତାଙ୍କ ଘରେ ଥିବା ଧାନ ଚାଉଳ, ଆସବାପତ୍ର, ସାଇକେଲ ପ୍ରଭୁତି ଦଳି ଚକଟି ନଷ୍ଟ କରିଛି । ସେହିପରି ବାଇଧରଙ୍କ ଘର ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି  । ଅନ୍ୟମାନଙ୍କ ଘର ଗୁଡିକ ଆଂଶିକ କ୍ଷତି ଘଟିଥିବା ଜଣାପଡିଛି ।  ଖବର ପାଇ ଜଙ୍ଗଲ ବିଭାଗର ଫରେଷ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ହାତୀକୁ ଘଉଡାଇ ଥିଲେ ।  କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ପାଇଁ ସେମାନେ ଅନୁରୋଧ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ଗତ କିଛି ମାସ ହେବ ଜିଲ୍ଲାର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଯୋଗୁଁ ଲୋକେ ଅତିଷ୍ଠ ହୋଇପଡିଛନ୍ତି । ଏପରିକି ଶହ ଶହ ଏକର ଚାଷ ଜମି ନଷ୍ଟ କରିଛନ୍ତି । ହାତୀ ଉପଦ୍ରବରୁ ରକ୍ଷା ପାଇଁ ଠୋସ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦାବୀ ହେଉଛି।

Leave A Reply

Your email address will not be published.

ବ୍ରେକିଂ