ରଣବୀର ସିଂ ଖୁବ୍‌ ଶୀଘ୍ର ଛୋଟ ପରଦାରେ ନଜର ଆସିବେ

ମୁମ୍ବାଇ: ବଲିଉଡର ବଡ ବଡ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପରେ ବର୍ତ୍ତମାନ ଅଭିନେତା ରଣବୀର ସିଂ ଛୋଟ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ‘ବିଗ୍ ପିକ୍ଚର୍’ ନାମକ ଏକ କୁଇଜ୍ ଶୋ ‘ ହୋଷ୍ଟ କରିବେ ।  ଏହି ଶୋ ’କଲର୍ସ ଟିଭିରେ ପ୍ରସାରିତ ହେବ । ଏହାର ପ୍ରଥମ ଝଲକ ଶନିବାର ଦିନ ସନ୍ଧ୍ୟା ୬.୪୫ ରେ ଦେଖିବାକୁ ମିଳିବ ।

ଅମିତାଭ ବଚ୍ଚନ, ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ପରେ ବର୍ତ୍ତମାନ ରଣବୀର ମଧ୍ୟ ଛୋଟ ପରଦାରେ ପାଦ ଦେବାକୁ ଯାଉଛନ୍ତି। ଏହା ରଣବୀରଙ୍କ ପ୍ରଥମ ଟେଲିଭିଜନ ଡେବ୍ୟୁ ହେବ।

କଲର୍ସ ଟିଭି ରଣବୀର ସିଂଙ୍କ ଡେବ୍ୟୁ ଘୋଷଣା କରି ପ୍ରଥମ ପୋଷ୍ଟର ସେୟାର କରିଛି। ଅଗଷ୍ଟରେ ଏହି ଶୋ ‘ ଟେଲିକାଷ୍ଟ ହେବ ବୋଲି ଆଶା କରାଯାଉଛି। ଏହି ଶୋ ‘ବାନିଜୟ ଏସିଆ ଏବଂ ଆଇଟିଭି ଷ୍ଟୁଡିଓ ଗ୍ଲୋବାଲ୍ ଏଣ୍ଟରଟେନମେଣ୍ଟ ବି.ଭି. ଦ୍ୱାରା ପ୍ରସ୍ତୁତ ହେବ। ଏହାକୁ ଭୁଟ୍‌ ଏବଂ ଜିଓ ଟିଭିରେ ମଧ୍ୟ ଦେଖିହେବ। 

 

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ