ଭୁବନେଶ୍ଵରର ଦୁଇଟି ଆପାର୍ଟମେଣ୍ଟ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭୁବନେଶ୍ଵର:  ରସୁଲଗଡ଼ରେ ଥିବା ଏକ ଆପାର୍ଟମେଣ୍ଟରୁ କୋରୋନା ପଜିଟିଭ ଚିହ୍ନଟ ପରେ ଏହାକୁ କଣ୍ଟେନମେଣ୍ଟ ଜୋନ କଲା ବିଏମସି । ମହାମାରୀ ଆଇନ ୧୮୯୭ର ଧାରା ୨,୩ ଓ ୪ ଆଧାରରେ ଏହି ଆପାର୍ଟମେଣ୍ଟକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । 

ଏହି ଆପାର୍ଟମେଣ୍ଟରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର କେବଳ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରସୁଲଗଡର ୩୧ ନମ୍ବର ୱାର୍ଡ ଅଧିନରେ ଆସୁଥିବା ଏହି କଣ୍ଟେନମେଣ୍ଟ ଜୋନରୁ କେହି ବାହାରକୁ ଯିବେ ନାହିଁ ଏବଂ କେହି ପ୍ରବେଶ ମଧ୍ୟ କରି ପାରିବେ ନାହିଁ । ବିଏମସି ପକ୍ଷରୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବା ସହିତ କଣ୍ଟେନମେଣ୍ଟ ଜୋନ ପରିସୀମାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ବନ୍ଦ ରଖାଯିବ ।

ଏହା ବ୍ୟତୀତ ଖଣ୍ଡଗିରି ଅଞ୍ଚଳର ଏକ ଆପାର୍ଟମେଣ୍ଟ ମଧ୍ୟ ବିଏମସି ପକ୍ଷରୁ ମାେଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଖଣ୍ଡଗିରିର ୱାର୍ଡ ନଂ ୪୯ର ସତ୍ୟସାଇ ଏନକ୍ଲେଭ୍ ଅନ୍ତର୍ଗତ ଲେନ୍ ନଂ-୩ ଏଚଆଇଜି ୧୧/୬୧ରେ ଏହି ମାଇକ୍ରୋ କଣ୍ଟେନମେଣ୍ଟ ଲାଗୁ କରାଯାଇଛି ।

କଣ୍ଟେନମେଣ୍ଟ ଜୋନରୁ କେହି ବାହାରକୁ ଯିବେ ନାହିଁ ଏବଂ କେହି ପ୍ରବେଶ ମଧ୍ୟ କରି ପାରିବେ ନାହିଁ । ସମସ୍ତ ବ୍ୟକ୍ତି ବିଶେଷ ଘରେ ରହିବେ ଏବଂ ସମସ୍ତ ସରକାରୀ ଓ ବେସରକାରୀ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । ବିଏମସି ପକ୍ଷରୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବା ସହିତ କଣ୍ଟେନମେଣ୍ଟ ଜୋନ ପରିସୀମାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ବନ୍ଦ ରଖାଯିବ ।

Leave A Reply

Your email address will not be published.

ବ୍ରେକିଂ