ଟିକ୍ରାପଡା ପିଇଓଙ୍କଠାରୁ ଟଙ୍କା ଲୁଟ ଘଟଣା: ୨ ଗିରଫ

ସଇଁତଲା :  ବଲାଙ୍ଗୀର ଜିଲ୍ଲା ଟିକ୍ରାପଡା ଟିକ୍ରାପଡା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମାଡ ମାରିବା ସହ ଟଙ୍କା ଲୁଟ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଫଳରେ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସଇଁତଲା ପୋଲିସ । ଅଭିଯୁକ୍ତମାନେ ହେଲେ ଅଜିତ ବାଗ ଓ ନୀତେଶ ଥପା  । ତାଙ୍କ ଘର ପାଟଣାଗଡ଼ ଥାନା ପୋଡ଼ମୋଡ଼ ବୋଲି ଜଣାପଡିଛି ।

ସୂଚନାମୁତାବକ ଗତ ୨୪ ତାରିଖ ସନ୍ଧ୍ୟା ସମୟରେ ଟିକ୍ରାପଡା ପଞ୍ଚାୟତ କାଯ୍ୟ ନିର୍ବାହୀ ଅଧିକାରୀ ଜନାର୍ଦ୍ଦନ ଯୋଶୀ ଭତ୍ତା ବାବଦରେ ୩ ଲକ୍ଷ ୫୧ ହଜାର ୯ ଶହ ଟଙ୍କା  ଉଠାଣ କରି  ନିଜ ଗ୍ରାମ ବେଲପଡା ଥାନା କେନକେବାକୁ ଯାଉଥିଲେ  l ହେଲେ ଯୋଶୀ ଏକୁଟିଆ ଯାଉଥିବା ବେଳେ ଏହାର ସୁଯୋଗ ନେଇ ଦେଓଗାଁ-ଫଟାମୁଣ୍ଡ ମନ୍ତ୍ରୀବାହାଲ ଠାରେ କିଛି  ଦୁର୍ବୁତ୍ତ ମାନେ ହଠାତ ଆକ୍ରମଣ କରିବା ସହ ଲହୁଲୁହାଣ କରି ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ ।। ଏ ନେଇ ଟିକ୍ରାପଡା ସରପଞ୍ଚ ଭାରତୀ ରାଜପଲିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ  ।  ତେବେ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି । ସେହିପରି ଏହି ଘଟଣାରେ ଆଉ କିଏ କିଏ  ସଂପୃକ୍ତ ଅଛନ୍ତି ଖୁବ ଶୀଘ୍ର ଧରାଯିବ ବୋଲି ସଇଁତଲା ଆଇଆଇସି ସଂଗ୍ରାମକେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି  l

Leave A Reply

Your email address will not be published.

ବ୍ରେକିଂ