ବୃଦ୍ଧାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣା: ୨ ଗିରଫ

ଯଶିପୁର : କେନ୍ଦୁଝର ଜିଲ୍ଲା କରଞ୍ଜିଆ ଥାନା ରାଣୀଭୋଳ ଗାଁରେ ବୃଦ୍ଧାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣା ।  ସମ୍ପୃକ୍ତ ବୃଦ୍ଧାଙ୍କ କଟାମୁଣ୍ଡ ଉଦ୍ଧାର ହୋଇଛି । ରାଣୀଭୋଳ ଗାଁ ନିକଟ ନଈ କୂଳରେ ଥିବା ଏକ ବୁଦା ମୂଳରୁ କଟାମୁଣ୍ଡ ଉଦ୍ଧାର ହୋଇଛି । ଘଟଣାରେ ଦୁଇ ହତ୍ୟାକାରୀଙ୍କୁ ଗିରଫ କରିଛି ପୋଲିସ  ।

ଗତ ରବିବାର ଦିନ କରଞ୍ଜିଆ ଥାନା ରାଣୀଭୋଳ ଗାଁ ହାଟ ନିକଟରେ ସେହି ଗାଁର ଯମୁନା ହାଁସଦା ନାମ୍ନୀ ଜଣେ ବୃଦ୍ଧାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଥିଲା । ଗୁଣିଗାରେଡି କିମ୍ବା ଡାହାଣୀ ସନ୍ଦେହରେ ବୃଦ୍ଧା ଙ୍କୁ ବିଭତ୍ସ ଭାବେ ହତ୍ୟା କରାଯିବା ନେଇ ପୋଲିସ ଅନୁମାନ କରୁଥିବା ବେଳେ ସେଦିନ ଅଗ୍ନିଶମ ବିଭାଗ, ସାଇଣ୍ଟିଫିକ ଟିମ କିମ୍ବା ସନ୍ଧାନୀ କୁକୁର ମଧ୍ୟ କଟା ମୁଣ୍ଡ ଖୋଜିବା ପାଇଁ ନାକେଦମ ହୋଇ ପତ୍ତା ପାଇ ନଥିଲେ । ଗତକାଲି ସନ୍ଧ୍ୟାରେ ଗାଁର କିଛି କୁକୁର କଟାମୁଣ୍ଡକୁ କାମୁଡୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ ।

କରଞ୍ଜିଆ ପୋଲିସ କଟା ମୁଣ୍ଡକୁ ଜବତ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ମେଡିକାଲ ପଠାଇଛି । ସେପଟେ ଘଟଣାରେ ସମ୍ପୃକ୍ତ ଦୁଇ ହତ୍ୟାକାରୀଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି । ସେମାନେ ହେଲେ ରାଣୀଭୋଳ ଗାଁ ନିକଟସ୍ଥ ଜାମୁନାଳିଆ ଗ୍ରାମର ଭୋଳାନାଥ ହାଁସଦା ଓ ନାଥ ହାଁସଦା । ଉଭୟ ପୋଲିସ୍ ନିକଟରେ ଦୋଷ ମଧ୍ୟ ସ୍ୱୀକାର କରିଛନ୍ତି । ତାଙ୍କ ନିକଟରୁ ବ୍ୟବହୃତ ମାରଣାସ୍ତ୍ର ପୋଲିସ୍ ଜବତ କରିଛି ।  ଅଭିଯୁକ୍ତ ଦୁଇଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.

ବ୍ରେକିଂ