ଚାକିରି ନାଁରେ ଠକୁଥିବା ଅପହୃତ ବ୍ୟକ୍ତି ସମତେ ୨ ଅପହରଣକାରୀ ଗିରଫ

ଭୁବନେଶ୍ୱର: ଉଦ୍ଧାର ହେଲେ ଅପହୃତ ବ୍ୟକ୍ତି । ଅପହୃତଙ୍କୁ ଖୋର୍ଦ୍ଧାର ଏକ ଫାର୍ମ ହାଉସରୁ ଉଦ୍ଧାର କରିଛି ଚନ୍ଦକା ଥାନା ପୋଲିସ୍‌ । ଏହାସହ ୨ ଜଣ ଅପହରଣକାରୀଙ୍କୁ ପୋଲିସ୍‌ ଗିରଫ କରିଛି। ଅପହୃତ ହୋଇଥିବା ବ୍ୟକ୍ତି ହେଲେ ଅନ୍ଧାରୁଆ ଅଞ୍ଚଳର ସଦାନନ୍ଦ ବେହେରା ବୋଲି ଜଣାପଡିଛି ।

ସୂଚନା ମୁତାବକ, ସଦାନନ୍ଦ ଚାକିରି ଦେବା ନାଁରେ ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଥିଲା। ଏବଂ ୨ ଜଣ ବ୍ୟକ୍ତିଙ୍କଠାରୁ ଚାକିରି ଦେବା ନାଁରେ ସେ ସାଢ଼େ ୩ ଲକ୍ଷ ଟଙ୍କା ଠକି ନେଇଥିଲେ । ୨ ବର୍ଷ ପରେ ଟଙ୍କା ଫେରସ୍ତ କରିନଥିଲେ କି  ଚାକିରି ନ ଦେଇନଥିଲେ । ଫଳରେ ସଦାନନ୍ଦଙ୍କୁ ପୁରୀ ଅଞ୍ଚଳର ପ୍ରମୋଦ ମହାନ୍ତି ଓ ନୟାଗଡ଼ର ସନ୍ତୋଷ ପଟ୍ଟନାୟକ ଗତ ୯ ତାରିଖରେ ଅପହରଣ କରି ନେଇଥିଲେ। ଏବଂ ସଦାନନ୍ଦଙ୍କ ପତ୍ନୀଙ୍କୁ ଫୋନ୍‌ କରି ଅପହରଣକାରୀ ୪ ଲକ୍ଷରୁ ଅଧକ ଟଙ୍କା ମାଗିଥିଲେ। ଏନେଇ ସଦାନନ୍ଦଙ୍କ ପତ୍ନୀ ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ଅପହରଣକାରୀ ସଦାନନ୍ଦଙ୍କ ପତ୍ନୀଙ୍କୁ କଲ୍‌ କରିଥିବା ଫୋନ୍‌ ନମ୍ବରକୁ ଟ୍ରାକ୍‌ କରି ପୋଲିସ ଖୋର୍ଦ୍ଧାର ଏକ ଫାର୍ମ ହାଉସରେ ଗତକାଲି ଚଢ଼ାଉ କରି ସଦାନନ୍ଦଙ୍କୁ ଉଦ୍ଧାର କରିବା ସହ ପ୍ରମୋଦ ଓ ସନ୍ତୋଷଙ୍କୁ ଗିରଫ କରିବା ସହ ସଦାନନ୍ଦଙ୍କୁ ଠକେଇ ଅଭିଯୋଗରେ ପୋଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.

ବ୍ରେକିଂ