ନାଳରେ ବୁଡି ଦୁଇ ଶିଶୁଙ୍କ ସଲୀଳ ସମାଧି

ବଲାଙ୍ଗୀର: ଟିଟିଲାଗଡ ସହରରେ ଅଘଟଣ। ଟିଟିଲାଗଡ ସହର ବହିଦାରପଡା ନାଳରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତ ଶିଶୁ ଦ୍ୱୟ ହେଲେ ଟିଟିଲାଗଡ଼ ସହର ହାଟପଦାର  ଓକିଲ ସଞ୍ଜୀବ ପାଢ଼ୀ ଙ୍କ ଝିଅ ଶ୍ରଦ୍ଧା ପାଢ଼ୀ (୭) ଓ ସରୋଜ ରଥଙ୍କ ଝିଅ ରାକ୍ଷୀ ରଥ  (୭) । ଖେଳିବାକୁ ଯାଇଥିବା ସମୟ ରେ କୌଣସି କାରଣ ରୁ ନାଳରେ ପଡି ଉଭୟ ମୃତ୍ୟୁ  ହୋଇଥିବା ସନ୍ଦେହ କରାଯାଉଛି।

ସୂଚନାନୁସାରେ ଆଜି କିଛି ଛୋଟ ଶିଶୁ ମିଶି ଖେଳୁଥିଲେ ।  ନାଳରେ ଥିବା ପାଣିରେ ଖେଳୁଥିବା ବେଳେ ହଠାତ ବୁଡି ଯାଇଥିଲେ। ସ୍ଥାନୀୟ ଲୋକ ଜାଣିବା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।  ଦୀର୍ଘ ସମୟ ଧରି ଖୋଜା ଖଓଜି ପରେ ଦୁଇ ଶିଶୁଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୁହିଁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଆହୁରି କୁନି ପିଲା ନାଳରେ ପଡ଼ିଥିବା ସନ୍ଦେହ କରି ନାଳରେ ଅଗ୍ନିଶମ ବିଭାଗ  ଖୋଜା ଖୋଜି  ଜାରି ରଖିଛି।

ଖବର ପ୍ରଚାରିତ ହେବ ପରେ ସମଗ୍ର ଟିଟିଲାଗଡ଼ ସହରରେ ଶୋକର ଛାୟା ଖେଳି ଯାଇଛି ।  ଖବର ପାଇ ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଡାକ୍ତରଖାନା ଆସି ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି।

Leave A Reply

Your email address will not be published.

ବ୍ରେକିଂ