ପୋଲିସ ସାଜିଲା ଶିକାରୀ, କୁଟୁରା ଶିକାର ବେଳେ ଗିରଫ ହେଲେ ୨କନେଷ୍ଟବଳ

ବାରିପଦା: ପୁଣି ଖାକିରେ ଲାଗିଲା ଦାଗ । କୁଟୁରା ଶିକାର କରୁଥିବା ବେଳେ ଗିରଫ ହେଲେ ୨ ପୋଲିସ କନେଷ୍ଟବଳ। ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୋମବାର ଦୁଇ ପୋଲିସ କର୍ମଚାରୀ ମାଇ କୁଟୁରା ଶିକାର କରୁଥିବା ବେଳେ ଶିମିଳିପାଳ ବନ ଅଧିକାରୀଙ୍କ ଦ୍ୱାରା ଗିରଫ ହୋଇଛନ୍ତି ।

ସୂଚନା ଅନୁଯାୟୀ,ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ପୋଲିସ ଷ୍ଟେସନରେ କାର୍ଯ୍ୟରତ ଦୁଇ ଜଣ ପୋଲିସ କର୍ମଚାରୀ ଅଭୟାରଣ୍ୟ ଭିତରକୁ ବୁଲିବାକୁ ଆସିଥିବା ବେଳେ ଏକ ମାଇ କୁଟୁରା ଶିକାର କରୁଥିଲେ । ଏହାର ଖବର ପାଇଥିଲେ ଶିମିଳିପାଳ ଅଭୟାରଣ୍ୟ ବନ ଅଧିକାରୀ । ତୁରନ୍ତ ଚଢାଉ କରଯାଇ ବନ ଅଧିକାରୀଙ୍କ ଦ୍ୱାରା ଗିରଫ ହୋଇଛନ୍ତି   ଦୁଇ ଜଣ କନଷ୍ଟେବଳ ।

ଗିରଫ ଅଭଯୁକ୍ତ ହେଲେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ପୋଲିସ ଷ୍ଟେସନରେ କାର୍ଯ୍ୟରତ କନଷ୍ଟେବଳ ପୂର୍ଣଚନ୍ଦ୍ର ମଢେଇ ଓ ହେମନ୍ତ କୁମାର ମହାନ୍ତି । ଦୁଇ ପୋଲିସ କନେଷ୍ଟବଳଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।  ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଶିମିଳିପାଳ ବ୍ୟାଘ୍ର ସଂକ୍ଷରଣ ପ୍ରକଳ୍ପ।

Leave A Reply

Your email address will not be published.

ବ୍ରେକିଂ