ଭୁବନେଶ୍ୱର ଏମ୍ସରେ ୨ ECMO ମେସିନ୍ ସ୍ଥାପନ ହେବ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ECMO ମେସିନ୍ ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଚଳିତ ମାସ ଶେଷ ସୁଦ୍ଧା ପ୍ରଥମ ମେସିନ୍ କାର୍ଯ୍ୟକ୍ଷମ ହେବ ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ମେସିନ୍ ସ୍ଥାପନା ହେବ ବୋଲି ଆଶା କରାଯାଉଛି । ଏମ୍ସ ଭୁବନେଶ୍ୱରରେ ବର୍ତ୍ତମାନ କିଛି ECMO ମେସିନ୍ ପରିଚାଳନା ପାଇଁ ତାଲିମପ୍ରାପ୍ତ ବ୍ୟକ୍ତି ଅଛନ୍ତି ବୋଲି ଏମ୍ସ ଅଧିକ୍ଷକ ଡଃ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି।

ତେବେ ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଥିଲେ ଯେ ,ଏସସିବି ସହିତ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ECMO ମେସିନ୍ ମଧ୍ୟ ସ୍ଥାପନ କରାଯିବ।କରୋନା ଚିକିତ୍ସା ସମୟରେ, ରୋଗୀମାନଙ୍କ ନିମୋନିଆ ପରେ ଭେଣ୍ଟିଲେଟର କାମ କରିବାରେ ବିଫଳ ହେଲେ ଏହିପରି ଉପକରଣର ଆବଶ୍ୟକ ପଡୁଛି।

ରାଜ୍ୟରେ ଏଭଳି ମେସିନ୍ କମ୍ ଥିବାରୁ ଅନେକ ଗୁରୋତର ରୋଗୀଙ୍କୁ ECMO ଚିକିତ୍ସା ପାଇଁ ବାହାର ରାଜ୍ୟକୁ ନେବାକୁ ପଡୁଛି।

Leave A Reply

Your email address will not be published.

ବ୍ରେକିଂ