ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ଡଙ୍ଗାବୁଡି ୨ ନିଖୋଜ

ପାରାଦୀପ: ପାରାଦୀପ ନେହେରୁ ବଙ୍ଗଳା ମହାନଦୀ ମୁହାଣରେ ଡଙ୍ଗାବୁଡି ୨ ନିଖୋଜ। କୂଳକୁ ଫେରୁଥିବା ବେଳେ ପ୍ରଖର ସୁଅରେ ଏକ ମାଛଧରା ଡଙ୍ଗା ଓଲଟି ପଡିବାରୁ ୭ଜଣ ମତ୍ସ୍ୟଜୀବୀ ପାଣିରେ ବୁଡି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ଜଣ ନିଖୋଜ ହୋଇଯାଇଛନ୍ତି ।

ସୂଚନାନୁସାରେ, ଗତ ଦୁଇଦିନ ତଳେ ମା’ ରାମଚଣ୍ଡୀ-୯୮ ନାମକ ଏକ ବୋଟରେ ୭ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । ହେଲେ ଆଜି କୂଳକୁ ଫେରୁଥିବା ସମୟରେ ସମୁଦ୍ରର ପ୍ରଖର ସୁଅ ଆଗରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ବୋଟରେ ଥିବା ୭ଜଣ ମତ୍ସ୍ୟଜୀବୀ ପାଣିରେ ଛିଟିକି ପଡିଥିଲେ । ପଛରୁ ଆସୁଥିବା ଅନ୍ୟ ଏକ ବୋଟ ୫ଜଣଙ୍କୁ ଉଦ୍ଧାର କରିଥିଲା ।

ଅନ୍ୟପଟେ ନିଖୋଜ ଦୁଇ ଜଣ ମତ୍ସ୍ୟଜୀବୀ ଦାମଲ କାମରାଜୁ ଓ ସି.ଏଚ୍ ଦେଉଡଙ୍କୁ ଉଦ୍ଧାର କରିବା ପାଇଁ ମାଛଧରା ବୋଟ ଓ କୋଷ୍ଟଗାର୍ଡ ଚେଷ୍ଟା ଜାରି ରଖିଛନ୍ତି।

Leave A Reply

Your email address will not be published.

ବ୍ରେକିଂ