ନାବାଳିକା ଗଣଦୁଷ୍କର୍ମ ମାମଲା, ୨ ଦୋଷିକୁ ଆଜିବନ ଜେଲ୍

କେନ୍ଦୁଝର : ପିଡିତାଙ୍କୁ ମିଳିଲା ନ୍ୟାୟ ।  ନାବାଳିକା ଗଣଦୁଷ୍କର୍ମ ମାମଲାରେ କେନ୍ଦୁଝର ଦୌରାଜଜ୍‍ ତଥା ସ୍ୱତନ୍ତ୍ର ବିଚାରପତି ଲୋକନାଥ ସାହୁ ୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେମାନଙ୍କୁ ଆଜୀବନ ଜେଲ୍ ନିର୍ଦେଶ ଦିଆଯାଇଛି ।

୨୪ ଜୁନ ୨୦୧୯ ରାତିରେ ଜଣେ ୧୫ ବର୍ଷର ନାବାଳିକାକୁ ୫ଜଣ ଗଣଦୁଷ୍କର୍ମ କରିଥିବା ଯୋଡା ଥାନାରେ ଅଭିଯୋଗ  ହୋଇଥିଲା । ପୁଲିସ ଏହି ମାମଲାରେ ଆଜାଦ ବସ୍ତିର ଅଜିତ ମିଶ୍ର,ସୁରଜ ମୁଣ୍ଡା, କ୍ରିଷ୍ଣା କାରୁଆ , ଦୁମ୍ବି ମୁଣ୍ଡା ଓ କମାରଗୋଡା ହୁଡିସାହିର ଶ୍ରୀବାସ୍ତବ ଲୋହାର ଓରଫ ଠାକରି କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୩ ଜଣ ତଦନ୍ତକାରୀ ଅଧିକାରୀ ସମେତ ମୋଟ ୩୨ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅତିରିକ୍ତ ଜିଲା ଓ ଦୌରାଜଜ୍‍ ତଥା ସ୍ୱତନ୍ତ୍ର ବିଚାରପତି କେନ୍ଦୁଝର ଶ୍ରୀ ସାହୁ ସୋମବାର ଭିଡିଓ କନଫରେନ୍ସ ମାଧ୍ୟମରେ ଚୂଡାନ୍ତ ଶୁଣାଣି କରି ଅଜିତ ମିଶ୍ର ଓରଫ ମୁନା, ସୁରଜ ମୁଣ୍ଡା ଓ କ୍ରିଷ୍ଣା କାରୁଆଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଥିବା ବେଳେ ଦୁମ୍ବି ମୁଣ୍ଡା ଓ ଶ୍ରୀବାସ୍ତବ ଲୋହାର ଓରଫ ଠାକରିକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି।

ଏଥିସହ ପୀଡିତାଙ୍କୁ ୨ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତା ରାଶି ପ୍ରଦାନ ନିମନ୍ତେ ଆଦେଶ କରିଥିବା ପୀଡିତାଙ୍କ ପକ୍ଷରୁ ମୋକଦ୍ଦମା ଲଢ଼ୁଥିବା ସ୍ୱତନ୍ତ୍ର ପବ୍ଲିକ୍‍ ପ୍ରୋସିକ୍ୟୁଟର ଗଣେଶ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ