ବରଗଡ଼ରୁ ଦୁଇ ଅନ୍ତରାଜ୍ୟ ଏଟିଏମ୍ ଲୁଟେରା ଗିରଫ

ବରଗଡ଼: ବରଗଡ଼ ପୋଲିସକୁ ସଫଳତା । ଫଳରେ ଅନ୍ତରାଜ୍ୟ ଗ୍ୟାଙ୍ଗର  ଦୁଇ ଏ ଟି ଏମ୍ ଲୁଟେରାକୁ ଧରିବାରେ ସଫଳ ହୋଇଛି ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନା କରି ବରଗଡ଼ ଏସ୍ ପି ରାହୁଲ ଜୌନ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶର କାନପୁର ଜିଲ୍ଲାର  ବିଜୟ ୟାଦବ ଓ ଶ୍ୟାମ ନାଗେନ । ସେହିପରି ୨ ଜଣ ଫେରାର ଥିବା ଜଣାପଡିଛି ।

ଏହି ଗ୍ୟାଙ୍ଗ ଓଡିଶାର ପ୍ରାୟ ୮ ଟି ଜିଲ୍ଲାର ୧୮ ରୁ ଅଧିକ ଏଟିଏମ ନଷ୍ଟ କରି ଟଙ୍କା ଚୋରି କରିଛି । ସେମାନଙ୍କଠାରୁ ଏକ କାର ସହ ନଗଦ ୧ଲକ୍ଷ ୨୦ ହଜାର ଟଙ୍କା ଏବଂ ଅନ୍ୟାନ୍ୟ ଅପରାଧୀ ମାରଣାସ୍ତ୍ର ସାମଗ୍ରୀ ଜବତ କରିଛି ପୋଲିସ । ଅଭିଯୁକ୍ତଙ୍କ ଲୁଟର ଅଧିକ ଅନୁସନ୍ଧାନ ଚାଲିଛି ବୋଲି ଜିଲ୍ଲା ପୋଲିସ ପକ୍ଷରୁ କୁହାଯାଇଛି । ଅଭିଯୁକ୍ତ ମାନେ କଟକ , ଖୋର୍ଦ୍ଧା  , ଭଦ୍ରକ , କଲାହାଣ୍ଡି , ବଲାଙ୍ଗୀର ,ଗଞ୍ଜାମ , ରାଇଗଡା ଓ ବରଗଡ଼ ଜିଲ୍ଲାର ଅନେକ ଏଟିଏମ୍ ରୁ ଲୁଟ କରି ଫେରାର ହୋଇ ଯାଉଥିଲେ ଶେଷରେ ବରଗଡ଼ ପୋଲିସ ହାତରେ ଧରାପଡିଥିବା ଓ ଆଜି ବିଚାର ବିଭାଗକୁ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.

ବ୍ରେକିଂ