କୂଅ ସଫା ବେଳେ ଶ୍ୱାସରୁଦ୍ଧ ହୋଇ ୨ ମୃତ; ଜଣେ ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୋନାରପାରା ଗାଁରେ କୂଅ ସଫା କରିବ ବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କର ମୃତ୍ୟୁ ଘଟିିଛି । ଘଟଣାରେ ଜଣେ ଗୁରୁତର ଥିବା ସୂଚନା ମିଳିଛି। ମୃତ ଓ ଗୁରୁତର ଗୋଟିଏ ପରିବାରର ୩ ଭାଇ ବୋଲି ଜଣାପଡିଛି । ମୃତକ ମାନେ ହେଲେ ହେମରାଜ ହାଲବା ଓ ଅନୁପ କେଉଟ। ସେହିପରି ଗୁରୁତର ରାଜୁ କେଉଟଙ୍କୁ ହାଟଭରାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ରାଜୁ କେଉଟ ନାମକ ଜଣେ ବ୍ୟକ୍ତି ଗାଁରେ ଥିବା ଏକ କୁଅ ସଫା କରିବାକୁ ହେମରାଜ ହାଲବା ଓ ଅନୁପ କେଉଟଙ୍କ ସହ ଭିତରକୁ ପଶିଥିଲେ । କୂଅରେ ପାଣି କମ୍ ଥିବାରୁ ସେମାନେ ସଫେଇ କାମ ଆରମ୍ଭ କରିଥିଲେ । ହେଲେ କିଛି ସମୟ ପରେ ସେମାନେ ଶ୍ୱାସରୁଦ୍ଧ ହୋଇ ଛଟପଟ ହୋଇଥିଲେ । କୂଅ ବାହାରେ ଥିବା ଲୋକେ ସବୁ ଦେଖି ସୁଦ୍ଧା ଉଦ୍ଧାର କରିବାରେ ସଫଳ ହୋଇନଥିଲେ ।

ଶେଷରେ କୁନ୍ଦେଇ ପୋଲିସ ଓ ରାଇଘର ଅଗ୍ନମିଶମ ବିଭାଗ ଘଟଣାସ୍ଥଳରେ ପହଂଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ହେଲେ ଶ୍ୱାସରୁଦ୍ଧ ହୋଇ ହେମରାଜ ଓ ଅନୁପ ମୃତ୍ୟୁବରଣ କରିଥିବାବେଳେ ଗୁରୁତର ଅବସ୍ଥାରେ ରାଜୁଙ୍କୁ ହାଟଭରଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

 

 

Leave A Reply

Your email address will not be published.

ବ୍ରେକିଂ