ଦୁଇ ନାବାଳକଙ୍କୁ ୨୦ ବର୍ଷ ଲେଖାଏଁ ଜେଲଦଣ୍ଡ

ନୟାଗଡ଼: ଦୁଇ ନାବାଳକଙ୍କୁ ୨୦ ବର୍ଷ ଲେଖାଏଁ ଜେଲଦଣ୍ଡ। ଏଥିସହ ୫୦ ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି। ଜୋରିମାନ ଅର୍ଥ ଅନାଦେୟ ହେଲେ ଅଧିକ ବର୍ଷେ ଲେଖାଏ ଜେଲ୍‌ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ନୟାଗଡ଼ ଚିଲଡ୍ରେନ କୋର୍ଟର ସ୍ୱତନ୍ତ୍ର ବିଚାରପତି ।

ସୂଚନାମୁତାବକ ୨୦୧୭ ମସିହାରେ ଶରଣକୂଳ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଇ ଜଣ ନାବାଳକ ଦୁଷ୍କର୍ମ କରି ଭିଡିଓ ରେକଡ଼ିଂ କରିଥିଲେ। ଏବଂ ସେହି ଭିଡିଓକୁ ପରବର୍ତ୍ତୀ ସମୟରେ ଭାଇରାଲ୍‌ କରିଦେଇଥିଲେ । ଏନେଇ ପୀଡ଼ିତାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ ଦୁଇ ନାବାଳକଙ୍କୁ ଉଦ୍ଧାର କରି ଅନୁଗୋଳ ବାଳାଶ୍ରମରେ ଛାଡ଼ିଥିଲା। ତେବେ ଆଜି ସେହି ମାମଲାର ବିଚାର କରି ସାକ୍ଷୀଙ୍କ ବୟାନକୁ ଆଧାର କରି ଅଭିଯୁକ୍ତଙ୍କ ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

Leave A Reply

Your email address will not be published.

ବ୍ରେକିଂ