ପୋଲିସର ଏନକାଉଣ୍ଟରରେ ୨ ଅପରାଧୀ ଆହତ

ରାଉରକେଲା: ଦୁଇ ଅପରାଧୀଙ୍କୁ ରାଉରକେଲା ପୋଲିସ ଏନକାଉଣ୍ଟର । ଏଥିରେ ଦୁଇ ଅପରାଧୀଙ୍କ ଗୋଡ଼ରେ ଗୁଳି ବାଜିବାରୁ ତଳେ ପଡିଯାଇଛନ୍ତି । ତେବେ ଗୁରୁତର ଆହତ ଅବସ୍ଥାରେ ଉଭୟଙ୍କୁ ଘଟଣାସ୍ଥଳରୁ ପୋଲିସ ଉଠାଇ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଭର୍ତ୍ତି କରିଥିଲା । ପରେ ଉଭୟଙ୍କୁ ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି ।  ଅଭିଯୁକ୍ତ ହେଲେ ମୁସ୍ତାକ୍ ଆଲମ୍ ଓ ମହମ୍ମଦ ଗୁଡୁ ବୋଲି ଜଣାପଡିଛି । ମୁସ୍ତାକର ଘର ରାଉରକେଲା ନାଲା ରୋଡ଼ର ଭାଟି ରୋଡରେ ହୋଇଥିବା ବେଳେ ଗୁଡୁର ଘର ମାଲଗୋଦାମ ଅଞ୍ଚଳରେ।

 

ସୂଚନାମୁତାବକ ଦୁଇ ଅଭିଯୁକ୍ତକୁ ପୋଲିସର ଏକ ସ୍ୱତନ୍ତ୍ର ଟିମ ତାକୁ ଧରିବା ପାଇଁ ବିଶ୍ରା ମଣ୍ଡପ ଛକରେ ପହଞ୍ଚିଥିଲା। ତେବେ ପୋଲିସକୁ ଦେଖି ପ୍ରଥମେ ଗୁଳିମାଡ କରି ଖସି ଯିବାପାଇଁ ଉଦ୍ୟମ କରୁଥିବା ବେଳେ, ପୋଲିସର ପାଲଟା ଗୁଳିମାଡ଼ରେ ୨ ଅପରାଧୀ ଆହତ ହୋଇଛନ୍ତି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ତନାଘନା କରୁଛି ପ୍ଲାଣ୍ଟସାଇଟ୍ ପୋଲିସ ।

Leave A Reply

Your email address will not be published.

ବ୍ରେକିଂ