ବଜ୍ରପାତରେ ୨ ମୃତ

କେନ୍ଦୁଝର : ବଜ୍ରପାତ ନେଲା ଦୁଇ ଜଣଙ୍କ ଜୀବନ । ଚାଷ କାମ କରୁଥିବା ବେଳେ ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ ଦୁଇ ଚାଷୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।  ଏପରି ହୃଦୟବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଡଳଙ୍ଗ ଗାଁରେ ଘଟିଛି। ମୃତକ ଦ୍ୱୟ ହେଲେ ଈଶ୍ୱର ଚନ୍ଦ୍ର ବାରିକ ଓ ଚନ୍ଦ୍ର ଶେଖର ମହାନ୍ତ  ।

ଖବର ପାଇ ଖିରେଇଟାଙ୍ଗିରି  ତୁରୁମୁଙ୍ଗା ଥାନାଧିକାରୀ ବୈଦ୍ୟନାଥ ସାହୁ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି। ଦୁଇ ଚାଷୀଙ୍କୁ ଦୁଃଖଦ ମୃତ୍ୟୁରେ ଡଳଙ୍ଗ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ପାଟଣା ବିଧାୟକ ଜଗନ୍ନାଥ ନାଏକ ଉଭୟ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି।

Leave A Reply

Your email address will not be published.

ବ୍ରେକିଂ