ପୂର୍ବତଟ ରେଳପଥ ମଧ୍ୟଦେଇ ଉତ୍ତର ପୂର୍ବାଞ୍ଚଳରୁ ଦକ୍ଷିଣ ଭାରତକୁ ଦୁଇଟି ବିଶେଷ ଟ୍ରେନ୍

ଭୁବନେଶ୍ୱର: ପୂର୍ବତଟ ରେଳପଥ ମଧ୍ୟଦେଇ ଉତ୍ତର ପୂର୍ବାଞ୍ଚଳରୁ ଦକ୍ଷିଣ ଭାରତକୁ ଦୁଇଟି ବିଶେଷ ଟ୍ରେନ ଚଳାଚଳ କରିବ । ଏନେଇ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ୦୨୫୧୬/୦୨୫୧୫ ସୀଲଚାର-କୋଏମ୍ବାଟୁର ମଧ୍ୟରେ ବିଶେଷ ଟ୍ରେନ ଚଳାଚଳ କରିବ ।

ସୀଲଚାରରୁ ୨୨ ଜୁନ୍ ଠାରୁ ପ୍ରତ୍ୟେକ ମଙ୍ଗଳବାର ଦିନ ରାତ୍ର ୮ଘ.୧୦ମି,ରେ ଛାଡିବାକୁ ଥିବାବେଳେ ଏହା କୋଏମ୍ବାଟୁରରୁ ୨୭ ଜୁନ୍ ଠାରୁ ପ୍ରତ୍ୟେକ ରବିବାର ରାତ୍ରି ୯ଘ.୪୫ମି.ରେ ଛାଡିବ ।

ଏହି ଟ୍ରେନ ସୀଲଚାର-କୋଏମ୍ବାଟୁର ମଧ୍ୟରେ ଉଭୟ ପାର୍ଶ୍ୱରୁ ଗୌହାଟୀ, ନ୍ୟୁ ଜଲପାଇଗୁଡି, ରାମପୁର ହାଟ, ଡାଙ୍କୁଣୀ, ଖଡ଼ଗ୍ପୁର, ଭୁବନେଶ୍ୱର, ବିଶାଖାପାଟନମ୍, ବିଜୟୱାଡା, ଆରାକୋନମ୍, ଆସାନସୋଲ ,ଟାଟା, ହିଜଲି, ସାଲେମ୍ ସହିତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ ।

୦୫୬୩୦/୦୫୬୨୯ ସୀଲଘାଟ-ତାମ୍ବରମ-ସୀଲଘାଟ ବିଶେଷ ଟ୍ରେନ ସୀଲଘାଟ ଷ୍ଟେସନରୁ ୨୫ ଜୁନ୍ ଠାରୁ ପ୍ରତି ଶୁକ୍ରବାର ଦିନ ପୂର୍ବାହ୍ନ ୧୦ଘ.୦୫ମି.ରେ ଛାଡିବାକୁ ଥିବାବେଳେ ଏହା ତାମ୍ବରମରୁ ୨୮ ଜୁନ୍  ଠାରୁ ପ୍ରତି ସୋମବାର ସନ୍ଧ୍ୟା ୬ଘ.୫୫ମି.ରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚଳାଚଳ କରିବ ।

Leave A Reply

Your email address will not be published.

ବ୍ରେକିଂ