ଦୁଇଟି ସ୍ପେଶାଲ ଟ୍ରେନର ମାର୍ଗ ପରିବର୍ତ୍ତନ

ଭୁବନେଶର: ଦକ୍ଷିଣ କେନ୍ଦ୍ରୀୟ ରେଳପଥ ବିଜୟୱାଡା ରେଳମଣ୍ଡଳରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ନିମ୍ନ ପ୍ରଦତ୍ତ ଟ୍ରେନଗୁଡିକ ନିମ୍ନଲିଖିତ ଅନୁଯାୟୀ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ । ବଲବ 1 ଏବଂ ବଲବ 2 ଲାଇନ୍ ସହିତ ନୂତନ ବଲବ ଲାଇନ୍ ସଂଯୋଗର କାର୍ଯ୍ୟକ୍ଷମ ଚିଲିଛି । ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ଜୁଲାଇ ମାସ ୮ ତାରିଖ ଦିନ ବିଶାଖାପାଟନମରୁ ଛାଡିବାକୁ ଥିବା 08508 ବିଶାଖାପାଟନମ୍-ସାଇନାଗର ସିରିଡ଼ି ବିଶେଷ ଟ୍ରେନ ଖମ୍ମIମ, ୱାରାଙ୍ଗଲ, କାଜିପେଟ ପରିବର୍ତ୍ତେ ବିଜୟୱାଡା-ଗୁଣ୍ଟୁର-ନାଦିକୋଡେ-ପିଜିଡିପି ମାର୍ଗରେ ଚଳାଚଳ କରିବ |

08645/08646 ହାଓଡ଼ା-ହାଇଦ୍ରାବାଦ-ହାଓଡ଼ା ଇଷ୍ଟ କୋଷ୍ଟ ବିଶେଷ ଟ୍ରେନ ହାଓଡ଼ା ଠାରୁ ଜୁଲାଇ ମାସ  4 ରୁ 7 ତାରିଖ ପର୍ଯ୍ୟନ୍ତ ଏବଂ ହାଇଦ୍ରାବାଦରୁ ଜୁଲାଇ ମାସ 5 ରୁ 8 ତାରିଖ ପର୍ଯ୍ୟନ୍ତ ଖମ୍ମIମ-ମେହବୁବାବାଦ-ୱାରଙ୍ଗଲ-କାଜିପେଟ-ଜନଗାଓଁ-ଆଲେର-ଭୋଙ୍ଗିର ମାର୍ଗ ପରିବର୍ତ୍ତେ ବିଜୟୱାଡା-ଗୁଣ୍ଟୁର-ନାଦିକୋଡେ-ପିଜିଡିପି ମାର୍ଗରେ ଚଳାଚଳ କରିବ ।

Leave A Reply

Your email address will not be published.

ବ୍ରେକିଂ