ଉତ୍ତରପ୍ରଦେଶରେ ୨ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌରେ ୨ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ । କାକୋରା ଥାନା ଅଧୀନ ମୁସଲିମ ବହୁଳ ଅଞ୍ଚଳ ଠାକୁରଗଞ୍ଜରେ ଥିବା ଏକ କୋଠାରୁ ଦୁଇ ଆତଙ୍କବାଦୀଙ୍କୁ ଗିରଫ  କରିବାରେ ସଫଳ ହୋଇଛି ଲକ୍ଷ୍ନୌ-ୟୁପି ଆଣ୍ଟି ଟେରୋରିଜିମ୍ ସ୍କାଡ୍ । ଗିରଫ ୨ ସନ୍ଦିଗ୍ଧଙ୍କର ଆଲକାଏଦା ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତି ରହିଥିବା ସନ୍ଦେହ କରାଯାଉଛି ।

ରାଜଧାନୀ ଲକ୍ଷ୍ନୌରେ ଆତଙ୍କବାଦୀ ଛପି ରହିଥିବା ଖବର ପାଇ ଆଣ୍ଟି ଟେରୋରିଜମ୍ ସ୍କାଡ୍ ଚଢ଼ାଉ କରିଥିଲା । ଏବଂ  ସେଠାରେ ଆଖପାଖ ଘର ଖାଲି କରାଯିବା ସହ ଘଟଣାସ୍ଥଳରେ ବୋମା ନିଷ୍କ୍ରୀୟକାରୀ ଦଳ ପହଞ୍ଚିଥିଲା । ଆଣ୍ଟି ଟେରୋରିଜ୍ ସ୍କାଡ୍ ପକ୍ଷରୁ ଏବେ ବି ବିଭନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି । ଗିରଫ ୨ ସନ୍ଦିଗ୍ଧ ପାକିସ୍ତାନୀ ହ୍ୟାଣ୍ଡଲର ବୋଲି କୁହାଯାଉଛି ।

ସେହିପରି ୨ ଜଣଙ୍କୁ ATS ପଚରାଉଚରା କରୁଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିବା ବିଲ୍ଡିଂରୁ କେତେକ ଜରୁରୀ କାଗଜପତ୍ର କମାଣ୍ଡୋଙ୍କ ହାତରେ ଲାଗିଥିବା ଜଣାପଡିଛି  ।

Leave A Reply

Your email address will not be published.

ବ୍ରେକିଂ