ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ:  ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ପାଇଛି। ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ହୋଇଥିବା ଉଭୟ ଆତଙ୍କବାଦୀ ଲଶ୍କର-ଏ-ତାଇବା ସଂଗଠନର ଥିଲେ। ବର୍ତ୍ତମାନ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ଶ୍ରୀନଗରର ଡାନମାର ଅଞ୍ଚଳର ଆଲାମଦାର କଲୋନୀରେ ଆତଙ୍କବାଦୀଙ୍କ ଲୁଚିରହିଥିବା ସମ୍ପର୍କରେ ସୁରକ୍ଷାବାହିନୀକୁ ଗୁଇନ୍ଦା ସୂଚନା ମିଳିଥିଲେ। ଏହା ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ଅପରେଶନ ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। କିନ୍ତୁ ଆତଙ୍କବାଦୀମାନେ ଆତ୍ମସମର୍ପଣ ନକରି ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହାପରେ ଉଭୟ ପଟୁ ଗୁଳିବିନିମୟ ଆରମ୍ଭ ହୋଇଥିଲା । ସୁରକ୍ଷାବାହିନୀର ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିଲେ ।

କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି ଯେ, ଉଭୟ ଆତଙ୍କବାଦୀ ଲଶ୍କର ସଂଗଠନର ଥିଲେ ଏବଂ ଉଭୟ ସ୍ଥାନୀୟ ଅଞ୍ଚଳର ଥିଲେ। ବର୍ତ୍ତମାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି। ଚଳିତ ମାସରେ ଶ୍ରୀନଗରରେ ଏହା ଦ୍ୱିତୀୟ ମୁକାବିଲା ଏନକାଉଣ୍ଟର ବୋଲି ସେ କହିଛନ୍ତି।

Leave A Reply

Your email address will not be published.

ବ୍ରେକିଂ