ପ୍ରାତଃ ଭ୍ରମଣ ବେଳେ ଦୁର୍ଘଟଣା;୨ ମୃତ

ନୟାଗଡ଼: ପ୍ରାତଃ ଭ୍ରମଣ ବେଳେ ମହିଳାଙ୍କ ଉପରେ ଚଢିଗଲା ଅଜଣା ଗାଡ଼ି । ଫଳରେ  ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ମାଇଛେଳି ପଞ୍ଚାୟତ ସମ୍ପଡ଼ା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ତେବେ ଗୁରୁତର ମହିଳା ଜଣକୁ ଉଦ୍ଧାର କରାଯାଇ ପ୍ରଥମେ ନୟାଗଡ଼ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି ।

ମୃତକ ହେଲେ ରସାନନ୍ଦ ମାର୍ଥାଙ୍କ ପତ୍ନୀ ମାନସୀ ମାର୍ଥା ଓ ଦାଶରଥୀ ପ୍ରଧାନଙ୍କ ପତ୍ନୀ ଟିକିନା ପ୍ରଧାନ । ଗୁରୁତର ମହିଳା ହେଉଛନ୍ତି ଉପେନ୍ଦ୍ର ପରିଡ଼ାଙ୍କ ପତ୍ନୀ ସୁରବାଳା ପରିଡ଼ା। ତାଙ୍କୁ ।  ଗାଡ଼ି ନେଇ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.

ବ୍ରେକିଂ