ନୂଆଦିଲ୍ଲୀ : ୨୦୧୯ ଫେବୃଆରୀ ୨୬ ଭୋର ୩ଟା ୩୦ରେ ଭାରତ ପାକିସ୍ତାନର ବାଲାକୋଟରେ ଏୟାରଷ୍ଟ୍ରାଇକ କରି ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଥିଲା। ଏହି ଘଟଣାକୁ ଦୁଇ ବର୍ଷ ପୁରିଛି।
ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ ଶାହା ବାୟୁସେନାର ଅସାଧାରଣ ସାହାସକୁ ସଲାମ କରି କହିଛନ୍ତି ଯେ, ବାଲାକୋଟ ଏୟାରଷ୍ଟ୍ରାଇକର ବର୍ଷପୂର୍ତ୍ତି ଅବସରରେ ଭାରତୀୟ ବାୟୁସେନାର ଅସାଧାରଣ ସାହାସ ଏବଂ ପରିଶ୍ରମକୁ ସଲାମ କରୁଛି।
On the anniversary of Balakot Air Strikes, I salute the exceptional courage and diligence of the Indian Air Force.
The success of Balakot strikes has shown India’s strong will to act against terrorism. We are proud of our Armed Forces who keep India safe and secure. @IAF_MCC
— Rajnath Singh (@rajnathsingh) February 26, 2021
ବାଲାକୋଟ ଆକ୍ରମଣ ଭାରତର ଦୃଢ ଇଚ୍ଛା ଶକ୍ତିକୁ ଦର୍ଶାଉଛି। ଆମେ ଆମର ସଶସ୍ତ୍ର ବାହିନୀ ଉପରେ ଗର୍ବ କରୁଛୁ। ସେମାନେ ଭାରତକୁ ସୁରକ୍ଷିତ ଏବଂ ସୁଦୃଢ ରଖୁଛନ୍ତି।
2019 में आज ही के दिन @IAF_MCC ने पुलवामा आतंकी हमले का जवाब देकर नए भारत की आतंकवाद के विरुद्ध अपनी नीति को पुनः स्पष्ट किया था।
मैं पुलवामा के वीर शहीदों का स्मरण व वायु सेना की वीरता को सलाम करता हूँ।@narendramodi जी के नेतृत्व में देश व हमारे जवानों की सुरक्षा सर्वोपरि है।
— Amit Shah (@AmitShah) February 26, 2021
୨୬ ଫେବୃଆରୀ ୨୦୧୯ରେ ଭୋର ୩ଟା ୩୦ରେ ଭାରତୀୟ ବାୟୁସେନା ପାକିସ୍ତାନ ଅଧିକୃତ ବାଲାକୋଟରେ ପଶି ଏୟାରଷ୍ଟ୍ରାଇକ କରିଥିଲା। ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ବାଲାକୋଟରେ ପଶି ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ଠିକଣା ସ୍ଥଳକୁ ନଷ୍ଟ୍ରଭ୍ରଷ୍ଟ କରିଦେଇଥିଲା। ଏହିଭଳି ଭାବରେ ଏୟାରଷ୍ଟ୍ରାଇକର ଠିକ୍ ୧୨ ଦିନ ପୂର୍ବେ ହୋଇଥିବା ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଥିଲା ଭାରତ।
ପାହାନ୍ତା ୩:୪୫ରେ ବାଲାକୋଟ୍ ବିମାନ ଆକ୍ରମଣ ପରେ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍ଙ୍କ ପାଖକୁ ଫୋନରେ ବାର୍ତ୍ତା ଆସିଲା- ମାଙ୍କଡ଼ ମରା ହେଲା।
ସ୍ୱତନ୍ତ୍ର ‘ଆର୍ଏଏକ୍ସ’ ନମ୍ବରରେ ଡୋଭାଲ୍ଙ୍କ ପାଖକୁ ଏହି କଲ୍ କରିଥିଲେ ତତ୍କାଳୀନ ବାୟୁସେନା ମୁଖ୍ୟ ବିଏସ୍ ଧାନ୍ଓ୍ଵା। ‘ଆର୍ଏଏକ୍ସ’ ହେଉଛି ଅତି ସୁରକ୍ଷିତ ଫିକ୍ସଡ୍-ଲାଇନ୍ ନେଟ୍ଓ୍ଵାର୍କ।
ଧାନ୍ଓ୍ଵା ହୀନ୍ଦି ଭାଷାରେ କହିଥିଲେ- ‘ବନ୍ଦର୍ ମାରା ଗୟା’।
ଏହି ବାର୍ତ୍ତାର ଅର୍ଥ, ସୀମାପାରି ଦୁଃସାହସିକ ପ୍ରାକ୍-ପାହାନ୍ତି ଅଭିଯାନରେ ଭାରତୀୟ ଲଢୁଆ ବିମାନଗୁଡ଼ିକ ପାକିସ୍ତାନର ଅରଣ୍ୟାଞ୍ଚଳର ବାଲାକୋଟ୍ରେ ଥିବା ‘ଜୈଶ୍-ଏ-ମହମ୍ମଦ୍’ ଆତଙ୍କବାଦୀ ତାଲିମ ଶିବିର ଧ୍ୱଂସ କରି ଦେଇଛନ୍ତି।
ଏହାପରେ ଧାଓ୍ଵନ୍ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଗବେଷଣା ଓ ଅନୁଶୀଳନ ବିଭାଗର ସଚିବ ଅନୀଲ ଧସମାନାଙ୍କ ପାଖକୁ ମଧ୍ୟ ଏହି ଭଳି ଫୋନ୍ କଲ୍ କରିଥିଲେ। ଜାତୀୟ ନିରାପତ୍ତା ଉପଦେଷ୍ଟା ଡୋଭାଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକଥା ଜଣାଇଥିଲେ।
ବାଲାକୋଟ୍ ବିମାନ ଆକ୍ରମଣ ସହ ସମ୍ପୃକ୍ତ ଶୀର୍ଷ ସରକାରୀ ଅଧିକାରୀ ଓ କର୍ମଚାରୀମାନେ କହିଛନ୍ତି ଯେ, ପାକିସ୍ତାନୀ ଗୁଇନ୍ଦାଙ୍କୁ ବିଭ୍ରାନ୍ତ କରିବା ଲାଗି ଜାଣିଶୁଣି ଅଭିଯାନର ସାଙ୍କେତିକ ନାମ ବା ‘କୋଡ୍ ନେମ୍’ ‘ବନ୍ଦର୍’ ରଖାଯାଇଥିଲା।