ପଥରରେ ଛେଚି ଯୁବକଙ୍କୁ ହତ୍ୟା

ଝାରସୁଗୁଡ଼ା: ଝାରସୁଗୁଡ଼ା ବଡ଼ମାଲ ଥାନା କୁମ୍ଭାରୀ କ୍ୟାମ୍ପପଡ଼ାରେ ଅଭାବନୀୟ ଘଟା । ୨ ସାଙ୍ଗଙ୍କ ମଧ୍ୟରେ ବଚସା ହେବାରୁ ପରସ୍ପରକୁ ଇଟାରେ ଆକ୍ରମଣ କରିବାରୁ ଜଣଙ୍କର ମେଡିକାଲରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ଅଛନ୍ତି । ମୃତକ ଜଣକ ଜ୍ୟୋତିଷ ସାହୁ ବୋଲି ଜଣାପଡିଛି ।  ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି  ।

ଝାରସୁଗୁଡା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ କୁମ୍ଭାରି ଗ୍ରାମର କ୍ୟାମ୍ପ ପଡ଼ାର ମୃତକ ଜ୍ୟୋତିଷ ସାହୁଙ୍କୁ ଗତ ରାତିରେ ତାଙ୍କ ଦୁଇ ସାଙ୍ଗ ଘରୁ ଡାକିକି ନେଇଥିଲେ । ଆଉ ମିଳି ମିଶି ମଦ୍ୟପାନ କରିଥିଲେ । ପରେ ସେମାନଙ୍କ ମଧ୍ୟରେ ପରସ୍ପର ଭିତରେ ବଚସା ଓ ଗଣ୍ଡଗୋଳ ହେବାରୁ ଜଣେ ଅନ୍ୟ ସାଙ୍ଗକୁ ମୁହଁରେ ଇଟାରେ ଆକ୍ରମଣ କରିବାରୁ ମୁମୁର୍ଷ ଅବସ୍ଥାରେ ପଡିଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରୁ ଅଚେତ ହୋଇ ପଡ଼ିଥିବା ଯତିଶକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ବଡ଼ମାଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ସେପଟେ ଦାୟିତ୍ବରେ ଅବହେଳା ଓ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ