ପୁଣି ଥରେ ୟୁଜିସି ନେଟ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ପୁଣି ଥରେ ସ୍ଥଗିତ ହେଲା ୟୁଜିସି ନେଟ୍‌ ପରୀକ୍ଷା ।  ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଜାରି କରିଛି ନୂଆ ବିଜ୍ଞପ୍ତି । ଯେଉଁ ଆଶାୟୀ ପରୀକ୍ଷାର୍ଥୀ ଡିସେମ୍ବର ୨୦୨୦ ଓ ଜୁନ ୨୦୨୧ ପାଇଁ ୟୁଜିସି ନେଟ୍‌ ପରୀକ୍ଷା ଫର୍ମ ପୂରଣ କରିଥିଲେ, ସେମାନେ ଅଫିସିଆଲ ୱେବସାଇଟ ugcnet.nta.nic.in ରେ ବିଜ୍ଞପ୍ତି ଦେଖିପାରିବେ ।

ସେହିପରି କ୍ରମାଗତ ଭାବରେ ୟୁଜିସି ନେଟ୍‌ ପରୀକ୍ଷା ତାରିଖରେ ପରିବର୍ତ୍ତନ ହୋଇଆସୁଛି । ନୂଆ ବିଜ୍ଞପ୍ତି ଅନୁଯାୟୀ, ୟୁଜିସି ନେଟ୍‌ର ଡିସେମ୍ବର ୨୦୨୦ ଓ ଜୁନ ୨୦୨୧ ସେସନ ପାଇଁ ପରୀକ୍ଷା ପାଇଁ ତାରିଖ ରିସିଡ୍ୟୁଲ କରାଯାଇ ସଂଶୋଧିତ ତାରିଖ ୧୭ ରୁ ୨୫ ଅକ୍ଟୋବର ଯାଏଁ ସ୍ଥିର କରାଯାଇଥିଲା ।

କିଛି ଅନ୍ୟ ପ୍ରମୁଖ ପରୀକ୍ଷା ସହ କ୍ଲାସ୍‌କୁ ନେଇ ପରୀକ୍ଷାର୍ଥୀଙ୍କଠାରୁ ଆବେଦନ ମିଳିଥିଲା । ଏଥିପାଇଁ UGCNET ଡିସେମ୍ବର 2020 ଓ ଜୁନ 2021 ସେସନର ପରୀକ୍ଷା ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛି NTA । ଖୁବ ଶୀଘ୍ର ନୂଆ ତାରିଖର ଘୋଷଣା କରାଯିବ ବୋଲି ଏନଟିଏ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

ବ୍ରେକିଂ