ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କଲେ ୟୁକେ ହାଇକୋର୍ଟ

ନୂଆଦିଲ୍ଲୀ:  ଭାରତର ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବ୍ରିଟେନ ହାଇକୋର୍ଟରୁ ଏକ ବଡ଼ ଝଟକା ମିଳିଛି। ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିଛନ୍ତି ୟୁକେ ହାଇକୋର୍ଟ। ଏହା ପରେ ବିଶ୍ୱରେ ଥିବା ମାଲ୍ୟାଙ୍କ ସମସ୍ତ ସଂପତ୍ତି ଜବତ ହେବ। ସଂପତ୍ତି ଜବତ ଲାଗି ୟୁକେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ସଂପତ୍ତି ଜବତ ଲାଗି ଭାରତୀୟ ବ୍ୟାଙ୍କଗୁଡ଼ିକୁ ଅନୁମତି ଦେଇଛନ୍ତି କୋର୍ଟ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ନେତୃତ୍ୱରେ ଭାରତୀୟ ବ୍ୟାଙ୍କଗୁଡ଼ିକର ବ୍ରିଟିଶ କୋର୍ଟରେ ମାଲ୍ୟାଙ୍କ ବିରୋଧରେ ଏକ ପିଟିସନ ଦାଖଲ କରିଥିଲେ। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ନେତୃତ୍ୱରେ ଏକ କନ୍ସୋର୍ଟିୟମ୍ ଏପ୍ରିଲରେ ଲଣ୍ଡନ ହାଇକୋର୍ଟରେ ଶୁଣାଣି ସମୟରେ ପଳାତକ ବ୍ୟବସାୟୀ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିବାକୁ କଠିନ ଚେଷ୍ଟା କରିଥିଲା।

 

Leave A Reply

Your email address will not be published.

ବ୍ରେକିଂ