ନବରଙ୍ଗପୁରରେ ପୋଲ ଭୁସୁଡିବା ଘଟଣା:  କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଉନ୍ନୟନ କମିଶନର

ନବରଙ୍ଗପୁର: ପୋଲ ଭୁସଡିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ନବରଙ୍ଗପୁର ଉମରକୋଟରେ ପୋଲ ଭୁସିଡିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ।  ଏଥିସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାପାଳଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି ଉନ୍ନୟନ କମିଶନର । ସମ୍ପୃକ୍ତ ଠିକାଦାର ଓ ଅଧିକାରୀଙ୍କ ନାଁରେ ଫୌଜଦାରୀ ମାମଲା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଠିକାଦାର ଓ ଅଧିକାରୀଙ୍କୁ ଗିରଫ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।  ସୁନାବେଡା ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘଟଣା ସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଆଜି ନବରଙ୍ଗପୁରରେ ଜିଲ୍ଲା  ଉମରକୋଟରେ ନିର୍ମାଣଧୀନ ପୋଲ ଭୁସୁଡି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ  ୬ ଜଣ ଆହତ ହୋଇଛନ୍ତି ।  ସବୁଦିନ ପରି ଆଜିବି  ଉମରକୋଟ ତାଲାପଦର ନିକଟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲ ନିର୍ମାଣ ଚାଲୁଥିଲା ।

ଶ୍ରମିକମାନେ କାମ ସାରି ଫେରୁଥିବା ବେଳେ ହଠାତ୍ ପୋଲ ଭୁସୁଡି ତାଙ୍କ ଉପରେ ପଡିଯାଇଥିଲା ।  ଘଟଣାସ୍ଥଳରୁ ସମସ୍ତ ଶ୍ରମିକଙ୍କୁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଆହୁରି ପଢନ୍ତୁ: ନବରଙ୍ଗପୁରରେ ଭୁସୁଡିଲା ନିର୍ମାଣଧୀନ ପୋଲ: ୧ ମୃତ, ୬ ଆହତ

Leave A Reply

Your email address will not be published.

ବ୍ରେକିଂ