ନବରଙ୍ଗପୁରରେ ଭୁସୁଡିଲା ନିର୍ମାଣଧୀନ ପୋଲ: ୧ ମୃତ, ୬ ଆହତ

ନବରଙ୍ଗପୁର: ନବରଙ୍ଗପୁରରେ ଅଘଟଣ । ଉମରକୋଟରେ ନିର୍ମାଣଧୀନ ପୋଲ ଭୁସୁଡି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ  ୬ ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଉମରକୋଟ ତାଲାପଦର ନିକଟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲ ନିର୍ମାଣ ଚାଲୁଥିଲା । ଶ୍ରମିକମାନେ ଘରକୁ ଫେରୁଥିବା ବେଳେ ହଠାତ୍ ପୋଲ ଭୁସୁଡି ତାଙ୍କ ଉପରେ ପଡିଯାଇଥିଲା ।

ତେବେ, ଘଟଣାସ୍ଥଳରୁ ସମସ୍ତ ଶ୍ରମିକଙ୍କୁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ୬ ଜଣ ଶ୍ରମିକଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।

ଆହୁରି ପଢନ୍ତୁ: ନବରଙ୍ଗପୁରରେ ପୋଲ ଭୁସୁଡିବା ଘଟଣା:  କାର୍ଯ୍ୟାନୁଷ୍ଠାନ ନିର୍ଦ୍ଧେଶ ଦେଲେ ଉନ୍ନୟନ କମିଶନର

Leave A Reply

Your email address will not be published.

ବ୍ରେକିଂ