ନବରଙ୍ଗପୁର ଉପ କାରାଗାରରେ ବିଚାରାଧୀନ କଏଦୀ ମୃତ

ନବରଙ୍ଗପୁର : ନବରଙ୍ଗପୁର ଉପ କାରାଗାରରେ ଜଣେ ବିଚାରାଧୀନ  କଏଦୀର ମୃତ୍ୟୁ ହୋଇଛି। ମୃତ କଏଦୀ କୋଡିଙ୍ଗା ଥାନା ଦଶାପାଇଗୁଡ଼ା ଗାଁର ରାମଧର ଭତରା ବୋଲି ଜଣାପଡିଛି । କଏଦୀଙ୍କୁ ଗତକାଲି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିବା ଜଣାପଡିଛି ।

ରାମଧର ଭତରା ନାବାଳିକା ସହ ଦୁଷ୍କର୍ମ ଅଭିଯୋଗରେ ଗତ ଜାନୁଆରି ମାସ ୨୨ ତାରିଖ ଦିନ ନବରଙ୍ଗପୁର ଉପ କାରାଗାରରେ ବିଚାରାଧୀନ କଏଦୀ ଭାବରେ ଜେଲ୍ ଯାଇଥିଲେ। ଗତକାଲି ହଠାତ୍‌ ତାଙ୍କ ଦେହ ଖରାପ ହୋଇଯାଇଥିଲା । ଯାହାଫଳରେ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.

ବ୍ରେକିଂ