ଜେଲରେ କଏଦୀଙ୍କ ସନ୍ଦେହ ଜନକ ମୃତ୍ୟୁ

ପୁରୀ : ଜେଲରେ କଏଦୀଙ୍କ ସନ୍ଦେହ ଜନକ ମୃତ୍ୟୁ । ପୁରୀ ଜେଲରେ ଜଣେ କଏଦୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ କଏଦୀ ଜଣକ ସମୁଦ୍ରକୂଳ ଥାନା ଅଧୀନ ବାଙ୍କିମୁହାଣର ଶ୍ରୀଧର ଦାସ । ତେବେନ ଜେଲ ଭିତରେ ଅନ୍ୟ ଜଣେ କଏଦୀ ତାଙ୍କୁ ପିଟିପିଟି ମାରିଦେଇଥିବା ଶ୍ରୀଧରଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।

ଗତ ଜାନୁଆରୀ ୧୧ ତାରିଖରେ ଶ୍ରୀଧର ଜେଲ ଯାଇଥିଲେ। ୨ ଦିନ ତଳେ ସେ ଅସୁସ୍ଥ ହୋଇ ଖାଦ୍ୟ ଖାଉ ନଥିଲେ । ଶନିବାର ସେ ଗୁରୁତର ଭାବେ ଅସୁସ୍ଥ ହୋଇଥିଲେ। ଏହାପରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 

Leave A Reply

Your email address will not be published.

ବ୍ରେକିଂ