ପ୍ରଥମ ଥର ପାଇଁ ପେପର ଲେସ୍‌ ହେବ ବଜେଟ

ନୂଆଦିଲ୍ଲୀ : ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ଦେଶରେ ପୂର୍ଣ୍ଣାଙ୍ଗ ବଜେଟ ପେପର ଲେସ୍‌ ହେବ। ଚଳିତ ବର୍ଷ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୌଣସି ଆଟାଜି କିମ୍ବା ଫାଇଲ ଧରି ବଜେଟ ଉପସ୍ଥାପନ କରିବେ ନାହିଁ। ଚଳିତ ବର୍ଷ ପୂର୍ଣ୍ଣାଙ୍ଗ ବଜେଟ ପେପର ଲେସ୍‌ ହେବ ବୋଲି ଜଣାପଡିଛି । ତେବେ ବଜେଟ୍ ଡକ୍ୟୁମେଣ୍ଟ୍ ପ୍ରିଣ୍ଟ୍ କରିବା ପାଇଁ ପ୍ରିଣ୍ଟିଂ ପ୍ରେସରେ ଏକକାଳୀନ 100 ଜଣ ଲୋକଙ୍କର ଆବଶ୍ୟକ ପଡେ । ଯାହା କରୋନା ମହାମାରୀ ଯୋଗୁଁ ସମ୍ଭବ ନୁହେଁ । ଏଭଳି କରିବା କରୋନା କଟକଣା ନିୟମର ଉଲ୍ଲଂଘନ ହେବ । ତେଣୁ ଅର୍ଥ ମନ୍ତ୍ରଣାଳୟ ବଜେଟ୍‌ 2021 ପୁସ୍ତିକାକୁ ନଛାପିବାକୁ ନିଷ୍ପତ୍ତି ନେଇଛି।

ବଜେଟ୍ 2021 ସଂପୂର୍ଣ୍ଣ ରୂପରେ ପେପର ଲେସ୍‌ ହେବ । ସ୍ୱାଧୀନ ଭାରତର ଇତିହାସରେ ଏହା ପ୍ରଥମ ଥର ହେବ ଯେତେବେଳେ ବଜେଟ୍ ପୁସ୍ତିକା ଛପା ହେବନାହିଁ । ପ୍ରତିବର୍ଷ ସାଧାରଣ ବଜେଟର ଦସ୍ତାବିଜଗୁଡ଼ିକ ଅର୍ଥ ମନ୍ତ୍ରଣାଳୟର ପ୍ରେସରେ ଛପା ଯାଇଥାଏ । ଏହି ପ୍ରକ୍ରିୟାରେ ପ୍ରାୟ 100 କର୍ମଚାରୀ ନିୟୋଜିତ ହୁଅନ୍ତି । ସେମାନେ ବଜେଟ ପୁସ୍ତିକା ଛାପିବା ତାକୁ ସିଲ୍ କରିବା ଏବଂ ତାହା ବିତରଣ ନହେବା ପର୍ଯ୍ୟନ୍ତ 15 ଦିନ ଏକାଠି ରୁହନ୍ତି ।

କିନ୍ତୁ ଚଳିତ ବର୍ଷ କୋଭିଡ -19 ମହାମାରୀକୁ ଦୃଷ୍ଟିରେ ରଖି ସରକାର ବଜେଟ୍‌ ପୁସ୍ତିକାକୁ ନଛାପିବାକୁ ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ବଜେଟର ଏକ ସଫ୍ଟ କପି ସେୟାର କରାଯିବ । ସଂସଦର ସମସ୍ତ ସଦସ୍ୟଙ୍କୁ ବଜେଟର ଏକ ସଫ୍ଟ କପି ଯୋଗାଇଦିଆଯିବ ।

ଫେବୃଆରୀ 1 ରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ 1 ରେ ସଂସଦରେ ବଜେଟ୍ ଉପସ୍ଥାପନ କରିବେ। ସଂସଦର ବଜେଟ୍ ଅଧିବେଶନ 29 ଜାନୁଆରୀରୁ ଆରମ୍ଭ ହୋଇ 8 ଏପ୍ରିଲ ପର୍ଯ୍ୟନ୍ତ ଚାଲିବ । ଏହା ଦୁଇଟି ପର୍ଯ୍ଯାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ଜାନୁଆରୀରୁ ଆରମ୍ଭ ହୋଇ 15 ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ଏବଂ ଦ୍ୱିତୀୟ ପର୍ଯ୍ୟାୟ 8 ମାର୍ଚ୍ଚରୁ 8 ଏପ୍ରିଲ ପର୍ଯ୍ୟନ୍ତ ହେବ । ଗତ ବର୍ଷ କରୋନା ମାମଲା ବୃଦ୍ଧି ହେତୁ ସଂସଦର ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହୋଇନଥିଲା ।

Leave A Reply

Your email address will not be published.

ବ୍ରେକିଂ