କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ: ୟୁନିଟ-୪ ମାଛ ମାର୍କେଟ୍‌ ଓ ବାପୁଜୀ ନଗର ମାର୍କେଟ ସିଲ

ଭୁବନେଶ୍ୱର:  କରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ ୟୁନିଟ୍‌-୪ ଆମିଷ ମାର୍କେଟ୍‌ ସିଲ କରାଯାଇଛି ।  ବିଏମସିର ଏନଫୋର୍ସମେଣ୍ଟ ଟିମ ଆଜି ୟୁନିଟ-୪ସ୍ଥିତ ଆମିଷ ବଜାରକୁ ସିଲ କରିଛନ୍ତି । ଆଗାମୀ ୨୫ ତାରିଖ ଯାଏଁ ଏହି ଆମିଷ ବଜାର ବନ୍ଦ ରହିବ ।

ସେହିପରି କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ପକ୍ଷରୁ ବାପୁଜୀ ନଗର ବଜାର ଅଞ୍ଚଳକୁ ମଧ୍ୟ ସିଲ କରାଯାଇଛି । ଏହି ମାର୍କେଟ ଅଂଚଳ ମଧ୍ୟ ୨୫ ତାରିଖ ଯାଏଁ ବନ୍ଦ ରହିବ । କେବଳ ଆତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ପାଇଁ ଦୋକାନ ଗୁଡ଼ିକ ଖୋଲିବ ।

 

Leave A Reply

Your email address will not be published.

ବ୍ରେକିଂ