ଭାରତରୁ ବିମାନ ଉଡାଣ ଉପରେ କାନାଡା ଆଉ ମାସେ ପ୍ରତିବନ୍ଧକ ଲଗାଇଲା

ନୂଆଦିଲ୍ଲୀ: ଭାରତରୁ କାନାଡାକୁ ଆସୁଥିବା ଯାତ୍ରୀବାହୀ ବିମାନ ଉପରେ ନିଷେଧାଦେଶକୁ ଆଉ ଏକ ମାସ ପାଇଁ ବୃଦ୍ଧି କରାଯାଇଛି । କରୋନା ମହାମାରୀର ଦ୍ୱିତୀୟ ଲହର ଓ ଭାଇରସର ଡେଲ୍ଟା ଭାରିଆଣ୍ଟ ମାମଲା ବଢ଼ୁଥିବା ଦେଖି କାନାଡା ସରକାର ପୁଣି ଏଭଳି ନିଷ୍ପତ୍ତି ନେଇଛି । ଏହି ଉଡାଣ ସେବାକୁ ଆସନ୍ତା ଅଗଷ୍ଟ ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ସମଗ୍ର ବିଶ୍ୱରେ କରୋନାର ସଂକ୍ରମଣକୁ ନେଇ ଆଶଙ୍କା ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବୈଜ୍ଞାନିମାନେ ମଧ୍ୟ ସତର୍କ ନ ରହିଲେ ସ୍ଥିତି ଗମ୍ଭୀର ହୋଇଯିବ ବୋଲି କହିଛନ୍ତି । ଏହି ପରିପ୍ରେକ୍ଷୀରେ କାନାଡା ସରକାର ଭାରତରୁ ବିମାନ ଉଡାଣ ଉପରେ କଟକଣାକୁ ବୃଦ୍ଧି କରିଛନ୍ତି। ମଙ୍ଗଳବାର ଦିନ କାନାଡା ସରକାର ଘୋଷଣା କରିଛି ।

ସୂଚନାମୁତାବକ କରୋନାର ଦ୍ୱିତୀୟ ଲହର ପ୍ରାରମ୍ଭରେ ତଥା ଏପ୍ରିଲରେ କାନାଡା ଭାରତରୁ ବିମାନ ଯାତ୍ରା ଉପରେ ପ୍ରଥମେ ପ୍ରତିବନ୍ଧକ ଲଗାଇଥିଲା।ବିମାନ ଚଳାଚଳ ଉପରେ ପୂର୍ବରୁ ଲାଗି ରହିଥିବା ପ୍ରତିବନ୍ଧକ ଜୁଲାଇ ୨୧ ରେ ଶେଷ ହେବାକୁ ଥିଲା ଯାହା ଏବେ ଅଗଷ୍ଟ ୨୧ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

 

Leave A Reply

Your email address will not be published.

ବ୍ରେକିଂ