ଋଷର ଏକ ବିଶ୍ୱବିଦ୍ୟାଳୟରେ ଗୁଳିମାଡ, ୮ ମୃତ

ମସ୍କୋ: ସୋମବାର ଋଷର ପର୍ମ ଷ୍ଟେଟ ବିଶ୍ୱବିଦ୍ୟାଳୟରେ ଜଣେ ଅଜଣା ବନ୍ଧୁକଧାରୀ ଆଖିବୁଜା ଗୁଳି ଚାଳନା କରିଛନ୍ତି । ସଶସ୍ତ୍ର ଆକ୍ରମଣକାରୀ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରି ଛାତ୍ରଛାତ୍ରୀଙ୍କ ଉପରକୁ ଗୁଳି ଚଳାଇଛନ୍ତି । ଏହି ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ସମ୍ପୃକ୍ତ ସୁଟର ଜଣକ ୧୮ ବର୍ଷୀୟ ତିମୁର ବେକମାନସୁରୋଭ ବୋଲି ଜଣାପଡିଛି । ଯିଏକି ଶରୀରରେ ଗୁଳି ବାଜିବା ଯୋଗୁଁ ନିଜେ ମଧ୍ୟ ମୃତ୍ୟୁବରଣ କରିଛି ।

ତେବେ କେଉଁ ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଋଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗୁଳି ବିନିମୟରେ କିଛି ଲୋକ ଆହତ ହୋଇଛନ୍ତି । ଏହାସହ ବିଲଡିଂରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ମଧ୍ୟ ଆଉ କିଛି ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.

ବ୍ରେକିଂ