ଶାନ୍ତି କମିଟି ବୈଠକରେ ଅଶାନ୍ତି

କଟକ: ଆଗକୁ ଆସୁଛି ପାର୍ବଣ ଋତୁ । ଏନେଇ ଗାଁଠୁ ସହର ଯାଏଁ ସବୁଠି ସବୁଠି ଦେଖିବାକୁ ମିଳୁଛି ଉତ୍ସୁକତା । ତେବେ ମୂର୍ତ୍ତି ଉଚ୍ଚତାକୁ କୋଭିଡ କଟକଣା ଦୃଷ୍ଟିରୁ କେବଳ ପରମ୍ପରା ବଜାୟ ରଖିବାକୁ ପୂର୍ବରୁ ୪ଫୁଟର ମୂର୍ତ୍ତି ପାଇଁ ନିଷ୍ପତ୍ତି ହୋଇଥିଲା ।

ଏନେଇ ଆଜି ପୂର୍ବାଞ୍ଚଳ ଓ ମହାନଗର ଶାନ୍ତି କମିଟି ସମେତ ବିଭିନ୍ନ ପୂଜା କମିଟିମାନଙ୍କୁ ନେଇ ଏହି ବୈଠକରେ ନିଷ୍ପତ୍ତି ହେବାର ଥିଲା କିନ୍ତୁ, ତାହାର ବିଡମ୍ବନା ଦେଖିବାକୁ ମିଳିଛି । ମୁହାଁମୁହିଁ ହୋଇଛନ୍ତି ପୂର୍ବାଞ୍ଚଳ ଓ ମହାନଗର ଶାନ୍ତି କମିଟି ଓ ବିଭିନ୍ନ ପୂଜା କମିଟି ।

ଦୁର୍ଗା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ କଟକ ଶାନ୍ତି କମିଟି ବୈଠକରେ ଅଶାନ୍ତି ସୃଷ୍ଟି ହୋଇଛି। ସରକାରଙ୍କ ନିଷ୍ପତ୍ତିର ପ୍ରତିବାଦ କରି ବୈଠକରେ ହୋହଲ୍ଲା କରିଥିଲେ ପୂଜା କମିଟି। ମୂର୍ତ୍ତି ଉଚ୍ଚତା ନ ବଢିଲେ ପୂଜା କମିଟିର ସଦସ୍ୟମାନେ ଆସନ୍ତା ୧୩ ତାରିଖରେ କଟକ ବନ୍ଦ ଡାକରା ଦିଆଯିବ ବୋଲି କହିଛନ୍ତି।

ବୈଠକରେ ସାଂସଦ ଭର୍ତ୍ତୃହରି ମହତାବ, କଟକ ନଗର ଶାନ୍ତି କମିଟିର ସଂପାଦକ ପ୍ରଭାତ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ