ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ଭିଜିଲା ଧାନ: ଚିନ୍ତାରେ ଚାଷୀ

ଜମନକିରା: ଅଦିନିଆ ବର୍ଷାରେ ଭିଜିଲା ଧାନ । ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ମଣ୍ଡିମାନଙ୍କରେ ଖୋଲା ଆକାଶ ତଳେ ପଡିରହିଥିବାରୁ ଗତକାଲିର ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଧାନ ବସ୍ତା ମଣ୍ଡିରେ ଭିଜିଯାଇଥିବା ଦେଖିବାକୁ ମିଲିଛି ।  ଯାହାକୁ ନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି ।

ସୂଚନାଯୋଗ୍ୟ, ଗତ ୨୫ ତାରିଖରୁ ବ୍ଲକ ଅଫିସ, ତହସିଲ, ଲ୍ୟାମ୍ପସ, ଆରଆଇ, ପଞ୍ଚାୟତ ଅଫିସମାନଙ୍କରେ ଚାଷୀ ଧାନ ଭର୍ତ୍ତି କରି ଅଚଳ ଟୋକନକୁ ସଚଳ କରି ଧାନ କିଣିବାକୁ ପ୍ରଶାସନକୁ ସୂଚିତ କରୁଥିବା ବେଳେ ସରକାରୀ କଳ ଧ୍ୟାନ ଦେଉନଥିବା ଶ୍ରୀଲକ୍ଷ୍ମୀ କୃଷକ ସଙ୍ଗଠନର ସଭାପତି ଚୁଡାମଣି ପଟଲ କ୍ଷୋଭ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ, ସୁବର୍ଣ୍ଣପାଲି ମଣ୍ଡିରେ ଏହି ଅବ୍ୟବସ୍ଥା ଦେଖି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ କଲ୍ୟାଣି ଖୁଣ୍ଟିଆ ଓ ବାସନ୍ତୀ ସାହୁ ଚାଷୀର ଧାନ ଶୀଘ୍ର ବିକ୍ରି ନହେଲେ ବହୁତ କ୍ଷତି ହେବ ବୋଲି ଜଣାଇଛନ୍ତି।

ତେବେ, ପ୍ରଥମେ ମନୁଷ୍ୟକୃତ ବିପର୍ଯ୍ୟୟ ଓ ଏବେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚାଷୀର ନିଦ ହଜି ଯାଇଛି। ଏପରିକି ବର୍ଷାରେ କ୍ଷତି ହେଉଥିବା ଧାନର କ୍ଷତିପୂରଣ କିଏ ଦେବ ବୋଲି ଚାଷୀମାନେ ପ୍ରଶ୍ନ ମଧ୍ୟ କରିଛନ୍ତି।

Leave A Reply

Your email address will not be published.

ବ୍ରେକିଂ