ଆଇପିଏଲ୍ ସହଯୋଗିତା ଜରିଆରେ ଆର୍ଥିକ ସଚେତନତା ବଢ଼ାଇବାକୁ ଅପ୍‌ଷ୍ଟକ୍ସ ଅଭିଳାଷୀ

୨୦୨୦-୨୧ ବର୍ଷରେ ରେକର୍ଡ ସଂଖ୍ୟା ୧୨ ନିୟୁତରୁ ଅଧିକ ଡିମାଟ୍ ଆକାଉଣ୍ଟ୍ ଯୋଡ଼ି ହୋଇଛି । ଅପ୍‌ଷ୍ଟକ୍ସର ସହ ପ୍ରତିଷ୍ଠାତା ଓ ସିଇଓ ରବି କୁମାରଙ୍କ ବିଶ୍ୱାସ ରହିଛି ଯେ ଅଭିବୃଦ୍ଧିର ଏହି ଧାରା ବଜାୟ ରହିବ । କୁମାର ବର୍ଣ୍ଣନା କରିଛନ୍ତି ଏହି ଅଭିବୃଦ୍ଧିକୁ କ’ଣ ଆଗକୁୂ ବଢ଼ାଇଛି ଏବଂ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ସହ ସହଯୋଗିତାରେ କଂପାନିର କ’ଣ ଅଭିଳାଷ ରହିଛି । ସଂପାଦିତ ଅଂଶକୁ ଏଠାରେ ଉପସ୍ଥାପନ କରାଯାଇଛି:

ପ୍ରଶ୍ନ ୧. ଆର୍ଥିକ ବର୍ଷ ୨୦୨୦-୨୧ରେ ରେକର୍ଡ ସଂଖ୍ୟକ ଡିମାଟ୍ ଖାତା ଯୋଡ଼ି ହୋଇଛି । ଏହି ଅଭିବୃଦ୍ଧିକୁ କ’ଣ ଆଗକୁ ବଢ଼ାଇଛି ଏବଂ ଆପଣଙ୍କ କ’ଣ ଆଶା କରୁଛନ୍ତି ଏହି ଗତି ଜାରି ରହିବ?

ଉତ୍ତର: ଚଳିତ ଆର୍ଥିକ ବର୍ଷରେ ରେକର୍ଡ ସଂଖ୍ୟକ ଡିମାଟ୍ ଆକାଉଣ୍ଟ୍ ଯୋଡ଼ି ହେବା ପଛର ପ୍ରମୁଖ କାରଣଗୁଡ଼ିକ ହେଉଛି ଆର୍ଥିକ ସଚେତନତାରେ ବୃଦ୍ଧି, ଇକ୍ୱିଟିରେ ଅଂଶଗ୍ରହଣ କରିବାର ବର୍ଦ୍ଧିତ ଆଗ୍ରହ, ଡିଜିଟାଲ୍ ଟ୍ରେଡିଂ ପ୍ଲାଟ୍‌ଫର୍ମ ଆଦି ଯାହା ଫ୍ଲାଟ୍ ବ୍ରୋକରେଜ୍ ଫି’ ଓ ସହଜରେ ଇଣ୍ଟର୍‌ନେଟ୍ ହାସଲ କରିବାରେ ଅଭିବନ ପ୍ରଯୁକ୍ତି ପ୍ରଦାନ କରିଛି । ଆମର ଦୃଢ଼ ବିଶ୍ୱାସ ରହିଛି ଯେ ଏହି ଧାରା ଆଗକୁ ରହିବ ଏବଂ ଏହା କେବଳ ଲକ୍‌ଡାଉନ୍‌ରୁ ସୃଷ୍ଟ ଏକ ସ୍ଥିତି ନୁହେଁ ।

ପ୍ରଶ୍ନ ୨. ଅପ୍‌ଷ୍ଟକ୍ସ କେତେ ସଂଖ୍ୟକ କ୍ଲାଏଂଟ୍ ଯୋଗ କରିଛି? ଏକ ବର୍ଷର ସମୟ ଭିତରେ ଏହାର ବଜାର ଅଂଶ କିଭଳି ବଦଳିଛି? ଆପଣ କିଛି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି କି?

ଉତ୍ତର: ୨୦୨୧ ଜାନୁଆରି ପରଠାରୁ ଅପ୍‌ଷ୍ଟକ୍ସ ୬୦୦୦୦୦ରୁ ଅଧିକ ଡିମାଟ୍ ଖାତା ଯୋଡ଼ିଛି । ପ୍ରାୟ ୩ ନିୟୁତ ଗ୍ରାହକ ସଂଖ୍ୟାକୁ ନେଇ ଆମେ ଏବେ ହେଉଛି ଭାରତରେ ଦ୍ୱିତୀୟ ବୃହତ୍ତମ ବ୍ରୋକରେଜ୍ । ମାସିକ ଭିତ୍ତିରେ ଆମେ ହାରାହାରି ଭାବେ ୨୦୦,୦୦୦ରୁ ୩୦୦,୦୦୦ ନୂଆ ଡିମାଟ୍ ଖାତା ଯୋଡ଼ୁଛୁ । ୨୦୨୦ ଜୁନ୍‌ରେ ଏକ ନିୟୁତ ମାଇଲଖୁଣ୍ଟ ହାସଲ କରିବାର ପାଞ୍ଚ ମାସରୁ କମ୍ ସମୟ ଭିତରେ ୨୦୨୦ ଅକ୍ଟୋବରରେ ଅପ୍‌ଷ୍ଟକ୍ସ ୨ ନିୟୁତ ଗ୍ରାହକ ସଂଖ୍ୟା ସ୍ତର ଅତିକ୍ରମ କରିଛି । କ୍ରମବର୍ଦ୍ଧିଷ୍ଣୁ ଗ୍ରାହକ ଯୋଡ଼ିବାରେ ଆମର ବଜାର ଅଂଶ ୨୦୨୧ ଜାନୁଆରିରେ ୧୧.୩ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ବର୍ଷକ ପୂର୍ବରୁ ୫% ଥିଲା ।

ପ୍ରଶ୍ନ ୩: ଆଇପିଏଲ୍ ପ୍ରାୟୋଜକ ହେବା ଲାଗି ଅପ୍‌ଷ୍ଟକ୍ସ ୧୫୦ କୋଟି ଟଙ୍କା ଦେଇଥିବା କୁହାଯାଉଛି । ତାହା ଅତ୍ୟନ୍ତ ଉତ୍ସାହଜନକ । ଏହି ସହଯୋଗିତା କଂପାନି ଲାଗି କିଭଳି ଲାଭଦାୟକ ହେବ? ଏଥି ଯୋଗୁଁ ନିବେଶକଙ୍କ ସଂଖ୍ୟାରେ ହେଉଥିବା ବୃଦ୍ଧି ଆହୁରି ବଢ଼ିବ ବୋଲି ଆପଣ ଆଶା ରଖିଛନ୍ତି କି?

ଉତ୍ତର: ଏହା ଜଣାପଡ଼ୁଛି ଯେ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ କ୍ରିକେଟ୍ ଦୁନିଆରେ ଆଇପିଏଲ୍ ଉଲ୍ଲେଖନୀୟ ଭିନ୍ନତା ଆଣିପାରିଛି । ବର୍ତମାନ ଷ୍ଟକ୍ ଟ୍ରେଡିଂ ବ୍ୟବସାୟ ମଧ୍ୟରେ ଏକ ବଡ଼ ଧରଣର ପରିବର୍ତନ ଦ୍ୱାରଦେଶରେ ରହିଛି । ସଂପତ୍ତି ସୃଷ୍ଟି କରିବା ଦିଗରେ ପରବର୍ତୀ ବଡ଼ ଲମ୍ଫ ପ୍ରଦାନ କରିବାକୁ ଆଗ୍ରହୀ ଥିବା ଅଧିକରୁ ଅଧିକ ଡିଜିଟାଲ୍ ନାଗରିକ ଓ ନୂଆ ପିଢ଼ିର ଗ୍ରାହକଙ୍କ ପାଖରେ ପହଂଚିବା ହେଉଛି ମୂଳ ଲକ୍ଷ୍ୟ । କ୍ରୀଡ଼ା ଏବଂ ଫାଇନାନ୍ସ ମଧ୍ୟରେ ଏହି ପାକୃତିକ ସମନ୍ୱୟ ଆଇପିଏଲ୍ ଓ ଅପଷ୍ଟକ୍ସ ସହ ବେଶ୍ ଖାପଖାଉଛି । ଯେହେତୁ ବର୍ତମାନ ସୁଦ୍ଧା ପର୍ଯ୍ୟନ୍ତ ଏହା ହେଉଛି ଆମର ସର୍ବବୃହତ୍ ମାର୍କେଟିଂ ସହଯୋଗିତା ତେଣୁ ଆମେ ଆଶା କରୁଛୁ ଯେ ଏହି ସହଯୋଗିତା ଆମର ଛବିକୁ ଅଧିକ ଲୋକଙ୍କ ନିକଟରେ ପହଂଚାଇବ । ଆଇପିଏଲ୍ ଯେଭଳି କ୍ରିକେଟ୍ ପାଇଁ କରିଛି ଆମେ ସେହିଭଳି ଦେଶର ଦୂରାନ୍ତ ପର୍ଯ୍ୟନ୍ତ ପହଂଚିବାକୁ ଚାହୁଁଛୁ ।

ପ୍ରଶ୍ନ ୪: ବ୍ରୋକରେଜ୍ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିବାରେ ଲାଗିଛି ଏବଂ ପ୍ରତ୍ୟକ ସଂସ୍ଥା ମୂଲ୍ୟକୁ ନେଇ ଆଗକୁ ବଢ଼ିବାକୁ ଉଦ୍ୟମ କରୁଛି । ଆପଣ ଭାବୁନାହାନ୍ତି କି ଲାଭ ପ୍ରଦାନ ଦୃଷ୍ଟିରୁ ଏହା ଅସୁସ୍ଥକର?

ଉତ୍ତର: ଅନ୍ୟାନ୍ୟ ବ୍ୟବସାୟ ଭଳି ଏହା ହେଉଛି ଏହି ବଜାରର ଚମତ୍କାରିତା । ଇକ୍ୱିଟିରେ ଅଂଶଗ୍ରହଣ ଦୃଷ୍ଟିରୁ ଭାରତର ହେଉଛି ଏବେବି ପଛ୍ରୁଆ ଥିବା ଦେଶ । ଇକ୍ୱିଟି ଅଂଶଗ୍ରହଣ ଏବେ ଭାରତରେ ମୋଟ ଜନସଂଖ୍ୟାର ୩-୪ ପ୍ରତିଶତ ରହିଛି ଯାହା ବିଶ୍ୱ ଷ୍ଟକ୍ ବଜାର ସହ ତୁଳନା କଲେ ସବୁଠୁ କମ୍ । ଏଠାରେ ଆମ ଦେଶର ଜନସଂଖ୍ୟା ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି । ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକରୁ ଗ୍ରାହକଙ୍କ ଆଗ୍ରହ ଦ୍ରୁତ ଗତିରେ ବଢ଼ୁଛି । ବିଗତ ବର୍ଷରେ ଆମେ ଯୋଡ଼ି ଥିବା ଯୁବ ଗ୍ରାହକ ଏବଂ ମହିଳାମାନଙ୍କ ସଂଖ୍ୟା ଉଲ୍ଲେଖନୀୟ ରହିଛିିି ଏବଂ ଆମର ଉତ୍ସାହକୁ ବଢ଼ାଇଛି । ଆମର ଲକ୍ଷ୍ୟ ହେଉଛି ଏହି ସଂଖ୍ୟାକୁ ବଢ଼ାଇବା । ଏହାର ଲାଭ ପ୍ରାକୃତିକ ଭାବେ ମିଳିବ । ଆପଣମାନେ ଯେଭଳି ଜାଣିଛନ୍ତି ଲାଭ ହେଉଛି ବଜାର ଅଂଶର ଏକ ପ୍ରାକୃତିକ ପରିପୂରକ ।

ପ୍ରଶ୍ନ: ଆମେ ଦେଖୁଛୁ ଯେ ଯୁବ ନିବେଶକମାନେ ସିଧାସଳଖ ନିବେଶ କରୁଛି । ଏଭଳି ନୂତନ ପ୍ରକାରର ନିବେଶଙ୍କ ବିଷୟରେ ଦେଖାଦେଇଥିବା ପ୍ରମୁଖ ଧାରାଗୁଡ଼ିକ କ’ଣ? ସେମାନଙ୍କ ବ୍ୟବହାର ସମ୍ପର୍କରେ କିଛି ମନ୍ତବ୍ୟ ରହିଛି କି?

ଉତ୍ତର: ଖୁଚୁରା ନିବେଶକମାନଙ୍କ ମଧ୍ୟରେ ମୋବାଇଲ୍‌ରେ ଟ୍ରେଡିଂ କରିବାର ଧାରା ଦେଖିବାକୁ ମିଳିଛି । ଅପ୍‌ଷ୍ଟକ୍ସର ୮୫% ଗାହକ ସେମାନଙ୍କ ଦୈନିକ ଟ୍ରେଡିଂ ମୋବାଇଲ୍‌ରେ କରୁଛନ୍ତି । ଏହି ଧାରା ୨୦୨୧ରେ ଦେଖିବାକୁ ମିଳିଛି ଯାହାର କାରଣ ହେଉଛି ଇଣ୍ଟର୍‌ନେଟ୍ ସଂଯୋଗରେ ବୃଦ୍ଧି, ସୁବିଧାରେ ମୋବାଇଲ୍ ଫୋନ୍ ମିଳିବା, ସୁଧ ବ୍ୟୟ ହ୍ରାସ ଓ ନିବେଶକମାନଙ୍କ ମଧ୍ୟରେ ସଚେତନତାରେ ବୃଦ୍ଧି ।
ଅପ୍‌ଷ୍ଟକ୍ସରେ ଆମର ୬୦ ପ୍ରତିଶତ ଗ୍ରାହକ ହେଉଛନ୍ତି ବଜାର ପାଇଁ ନୂଆ ଏବଂ ସେମାନେ ନିଜର ପ୍ରଥମ ଡିମାଟ୍ ଟ୍ରେଡିଂ ଖାତା ଖୋଲିଛନ୍ତି । ଆମର ୭୫%ରୁ ଅଧିକ ପୁରୁଣା ଗ୍ରାହକଙ୍କ ବୟସ ୩୫ ବର୍ଷରୁ କମ୍ । ଆମର ଯୁବ ଗ୍ରହକଙ୍କ ସଂଖ୍ୟା ବୃଦ୍ଧି ପାଇବା ଜାରି ରହିବ ବୋଲି ଆମେ ଭାବୁଛୁ ।

Leave A Reply

Your email address will not be published.

ବ୍ରେକିଂ