ଆଜି ଉତ୍କଳ ଦିବସ: ଓଡ଼ିଆଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ

ଭୁବନେଶ୍ୱର: ଆଜି ଉତ୍କଳ ଦିବସ । ପ୍ରତି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା। କେହି କେହି ଏହି ଦିବସକୁ ଓଡିଶା ଦିବସ ମଧ୍ୟ କହିଥାନ୍ତି। କଳା, ସଂସ୍କୃତି, ସ୍ଥାପତ୍ୟ ଓ ଐତିହ୍ୟର ରାଜ୍ୟ ହେଉଛି ଓଡିଶା। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଉତ୍କଳମଣି ଗୋପବନ୍ଧୁ ଦାସ,ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ, ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି,ପଣ୍ଡିତ ନୀଳକଣ୍ଠ ଦାସ, ଫକୀର ମୋହନ ସେନାପତି,ଗଙ୍ଗାଧର ମେହେର, ବାସୁଦେବ ସୁଢଳଦେବ, କବିବର ରାଧାନାଥ ରାୟ, ଭୁବନାନନ୍ଦ ଦାସ ଆଦି ପ୍ରମୁଖ ମନୀଷୀମାନଙ୍କ ଅବଦାନ ଅତୁଳନୀୟ।

ଏହି ମହାମନୀଷୀମାନେ ଦେଶକୁ ସ୍ବାଧିନ କରିବା ଲାଗି ଇଂରେଜ ବିରୁଦ୍ଧରେ ସଂଗ୍ରାମ କରିଥିଲେ ଏବଂ ବଳିଦାନ ମଧ୍ୟ ଦେଇଥିଲେ। ପ୍ରଥମେ ଓଡିଶା ରାଜ୍ୟ ପୁରୀ,କଟକ, ସମ୍ବଲପୁର, ବାଲେଶ୍ବର,କୋରାପୁଟ ଓ ଗଞ୍ଜାମ ଏହି ୬ ଟି ଜିଲ୍ଲାକୁ ନେଇ ଗଠିତ ହୋଇଥିଲା। ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶାକୁ ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା। ପ୍ରତିବର୍ଷ ଏପ୍ରିଲ ପହିଲା ରେ ଉତ୍କଳ ଦିବସ ପାଳନ କରାଯାଇ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥାଏ।

ଉତ୍କଳ ଗୌରବ ମଧୁସୂଦନ ଥିଲେ ଓଡିଆ ଜାତୀୟତାର ପ୍ରମୁଖ ପୁରୋଧା। ତାଙ୍କ ନେତୃତ୍ବରେ ୧୯୦୩ ମସିହାରେ ଉତ୍କଳ ସମ୍ମିଳନୀ ଜନ୍ମଲାଭ କରିଥିଲା। ଓଡିଆମାନଙ୍କୁ ଏକତ୍ର କରିବା କ୍ଷେତ୍ରରେ ମଧୁସୂଦନଙ୍କ ପ୍ରମୁଖ ଭୂମିକା ମଧ୍ୟ ରହିଛି। ୨୦୧୧ ମସିହାରେ ‘ଓରିଶା’ କୁ ଓଡିଶା ନାମରେ ସଂଶୋଧନ କରାଗଲା ଏବଂ ‘ଓରିଆ’ ଭାଷାକୁ ଓଡିଆ ନାମରେ ନାମିତ କରାଯାଇଥିଲା। ଅନେକ ସୁଯୋଗ୍ୟ ସନ୍ତାନ ଏହି ମାଟିରେ ଜନ୍ମନେଇ ଓଡିଶା ମାଟିକୁ ଗୌରବାନ୍ବିତ କରିଛନ୍ତି।

Leave A Reply

Your email address will not be published.

ବ୍ରେକିଂ