ଉତ୍ତରାଖଣ୍ଡରେ ଆଉ ସପ୍ତାହ ପର୍ଯ୍ୟନ୍ତ କୋଭିଡ କର୍ଫ୍ୟୁ ବୃଦ୍ଧି

ଡେରାଡୁନ୍: ଉତ୍ତରାଖଣ୍ଡରେ ପୁଣି ବୃଦ୍ଧି ହେଲା କୋଭିଡ କର୍ଫ୍ୟୁ । ଏ ନେଇ କ୍ୟାବିନେଟ ମନ୍ତ୍ରୀ ସୁବୋଧ ୟୁନିୟାଲ ସୋମବାର ଘୋଷଣା କରିଛନ୍ତି  । ପୂର୍ବରୁ ଲାଗୁ ହୋଇଥିବା କରୋନା କର୍ଫ୍ୟୁକୁ ଆଉ ଏକ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି ।

ସେହିପରି ସେ ଆହୁରି ମଧ୍ୟ କହିଛନ୍ତି ଉତ୍ତରାଖଣ୍ଡ‌ ଭିତରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରୁଥିବା ଲୋକଙ୍କୁ ଆଉ ନେଗେଟିଭ୍‌ ଆର୍‌ଟିପିସିଆର୍‌ ରିପୋର୍ଟ କିମ୍ବା ରାପିଡ୍ ଆଣ୍ଟିଜେନ୍ ରିପୋର୍ଟ ବହନ କରିବାକୁ ପଡ଼ିବ ନାହିଁ।

ସେହିପରି ରାଜ୍ୟରେ ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ସପ୍ତାହକୁ ଛଅ ଦିନ ସକାଳ ୮ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଖୋଲିପାରିବେ। ପୂର୍ବରୁ ଏହା ସକାଳ ୮ ଟାରୁ ସଂଧ୍ୟା ୭ ଟା ଯାଏଁ ଖୋଲା ରହୁଥିଲା । ତେବେ ଏହାକୁ ମଧ୍ୟ କୋହଳ କରାଯାଇ ସମୟସୀମାକୁ ବୃଦ୍ଧି କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ