ୟଶପାଲ ଆର୍ଯ୍ୟ ଏବଂ ତାଙ୍କ ପୁଅ ସଞ୍ଜୀବ ଆର୍ଯ୍ୟ କଂଗ୍ରେସରେ ସାମିଲ

 ଡେରାଡୁନ : ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ବିଜେପିକୁ  ବଡ଼ ଝଟକା ଲାଗିଛି ।  ୨୦୧୭ରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ୟଶପାଲ ଆର୍ଯ୍ୟ ଏବଂ ତାଙ୍କ ପୁଅ ସଞ୍ଜୀବ ଆର୍ଯ୍ୟ ପୁଣିଥରେ କଂଗ୍ରେସରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟରେ ଯାଇ ଉଭୟ ନେତା କଂଗ୍ରେସରେ ପୁଣି ଥରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବ ସମୟରେ କଂଗ୍ରେସ ସଂଗଠନ ମନ୍ତ୍ରୀ କେସି ବେଣୁଗୋପାଳ, ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଷ ରାଓ୍ୱତ, ରଣଦୀପ ସୁରେଜ୍‌ଓ୍ୱାଲା ସାମିଲ ଥିଲେ ।

କଂଗ୍ରେସରେ ଯୋଗଦେବା ପୂର୍ବରୁ ୟଶପାଲ ଆର୍ଯ୍ୟ ଉତ୍ତରାଖଣ୍ଡର କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଉଭୟ ଯଶପାଲ ଏବଂ ତାଙ୍କ ପୁଅ ସଞ୍ଜୀବ ୨୦୧୭ ମସିହାରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ବିଜେପି ସରକାର ଗଠନ ପରେ ୟଶପାଲଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇଥିଲା। ବର୍ତ୍ତମାନ ଉଭୟ ନେତା କଂଗ୍ରେସରେ ଯୋଗ ଦେଇଛନ୍ତି।

ତେବେ ୟଶପାଲ ଆର୍ଯ୍ୟ କିଛି ମାସ ପୂର୍ବରୁ ବିଜେପି ସହ ଖପ୍ପା ଥିବା ଖବର ଆସିଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଆର୍ଯ୍ୟଙ୍କୁ ଭେଟି ତାଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ଧାମିଙ୍କ ଉଦ୍ୟମ ସଫଳ ହୋଇନଥିଲା।

Leave A Reply

Your email address will not be published.

ବ୍ରେକିଂ