ଉତ୍ତରାଖଣ୍ଡରେ ଅଗଷ୍ଟ ୨୪ ପର୍ଯ୍ୟନ୍ତ କରୋନା କର୍ଫ୍ୟୁ ବୃଦ୍ଧି

ଡେରାଡୁନ୍: ଅଗଷ୍ଟ ୨୪ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ବୃଦ୍ଧି ହେଲା କରୋନା କର୍ଫ୍ୟୁ । ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ସୋମବାର ଦିନ ଅଗଷ୍ଟ ୧୭ ସକାଳ ୬ଟା ରୁ ୨୪ ଅଗଷ୍ଟ ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟରେ କରୋନା କଟକଣାକୁ ବୃଦ୍ଧି କରିଛନ୍ତି ।

କିନ୍ତୁ କର୍ଫ୍ୟୁ ସମୟରେ ଟିକାକରଣ ଅଭିଯାନ ଜାରି ରହିବ ବୋଲି ରାଜ୍ୟ ସରକାର କହିଛନ୍ତି। କରୋନା ପଜିଟିଭ ମାମଲାରେ ହ୍ରାସ ସତ୍ତ୍ୱେ ରାଜ୍ୟ ସରକାର କଟକଣା କୋହଳ କରିନାହାନ୍ତି ।

ସେହିପରି ଅନ୍ତିମ ସଂସ୍କାର ଓ ବିବାହ କାର୍ଯ୍ୟକ୍ରମରେ ସର୍ବାଧିକ ୫୦ ଜଣଙ୍କୁ ଅଂଶଗ୍ରହଣ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଗତ ସପ୍ତାହରେ, ଅଗଷ୍ଟ ୧୭ ପର୍ଯ୍ୟନ୍ତ ରାଜ୍ୟ ସରକାର କରୋନା କର୍ଫ୍ୟୁ ଜାରି କରିଥିଲେ ।

Leave A Reply

Your email address will not be published.

ବ୍ରେକିଂ