ଆସନ୍ତାକାଲି ୧୦ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ମୃତ୍ୟୁସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି  । ସେପଟେ ରାଜ୍ୟରେ  ଆବଶ୍ୟକ ପରିମାଣର ଟିକା ନଥିବାରୁ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଆସନ୍ତାକାଲି ରାଜ୍ୟର ୧୦ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ ।

ଯେଉଁ ୧୦ଟି ଜିଲ୍ଲାରେ ଆସନ୍ତାକାଲି ଟିକାକରଣ ବନ୍ଦ ରହିବ ସେହି ଜିଲ୍ଲା ଗୁଡିକ ହେଲା, ଅନୁଗୁଳ, ବାଲେଶ୍ବର, ବରଗଡ଼, ଜଗତସିଂହପୁର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନୟାଗଡ଼ ଓ ରାୟଗଡ଼ା । ଆସନ୍ତାକାଲି କେବଳ ୨୧୭ ଟି ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଏବେ ୩,୦୦,୪୩୦ ଡୋଜ୍‌ ‘କୋଭିସିଲ୍‌ଡ’ ଏବଂ ୭୦,୨୫୦ ଡୋଜ୍‌ କୋଭାକ୍ସିନ୍ ଟିକା ମହଜୁଦ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.

ବ୍ରେକିଂ