‘ସୃଜନୀ’ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ପ୍ରସ୍ପୁଟିତ କରିବା ପାଇଁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଗୁଡ଼ିକରେ ଅନ୍‌ଲାଇନ୍‌ ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

ଜାନୁଆରୀ ୬ ତାରିଖଠାରୁ ଫେବୃଆରୀ ୨୫ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କର ପ୍ରତିଭାର ବିକାଶ ନିମନ୍ତେ ୨୪ଟି ପ୍ରତିଯୋଗିତା କରାଯାଇଥିଲା । ତିନୋଟି ବିଭାଗରେ ୨୪ଟି ଇଭେଣ୍ଟରେ ୪୦୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଗ୍ରୁପ୍‌ ୧ରେ ଷଷ୍ଠ ଓ ସପ୍ତମ ଶ୍ରେଣୀ, ଗ୍ରୁପ୍‌ ୨ରେ ଅଷ୍ଟମ ଓ ନବମ ଶ୍ରେଣୀ, ଗ୍ରୁପ୍‌ ୩ରେ ଦଶମ ଓ ଏକାଦଶ ଶ୍ରେଣୀକୁ ଅନ୍ତର୍ଭୁକ୍ତ
କରାଯାଇଥିଲା ।

‘ସୃଜନୀ’ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବ ଜୁନ୍‌ ୨୨ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା । ଭର୍ଚୁଆଲ ମୋଡରେ ଆୟୋଜିତ ଏହି ଉତ୍ସବରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଂଜନା ଚୋପ୍ରା ଅଧ୍ୟକ୍ଷା ଓ ଏନ୍‌ଇଏସ୍‌ଟିଏସ୍‌ର କମିଶନର ଅସିତ ଗୋପାଳ ମୁଖ୍ୟଅତିଥି ଓ ବିଭାଗୀୟ ନିର୍ଦ୍ଦେଶିକା (ଏସ୍‌ଟି) ଗୁହା ପୁନମ ତାପସ କୁମାର ସଭା ପରିଚାଳନା କରିଥିଲେ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ଆୟୋଜିତ ଏହି ‘ସୃଜନୀ’ କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟାପକ ନିମକାନ୍ତ ରାଉତରାୟ, ଗୁରୁ ପଙ୍କଜ କୁମାର ପ୍ରଧାନ, ବି.କେ. କଲେଜ୍‌ର ଅଧ୍ୟାପକ  ଚନ୍ଦ୍ରଶେଖର ସେଠୀ, ମଙ୍ଗଳ ସଂପ୍ରସାର ଣ ଅଧିକାରୀ ଅନନ୍ୟା ଆଚାର୍ଯ୍ୟ ଓ ଜୟଶୀ୍ର ଧଳ ବିଜୟୀ ପ୍ରତଯୋଗୀମାନଙ୍କୁ ଚୟନ କରିଥିଲେ ।

ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ରୂପେ ଅର୍ଥରାଶି, ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଅଂଶଗ୍ରହଣକାରୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା । ଭର୍ଚୁଆଲ ମୋଡ୍‌ରେ ଆୟୋଜିତ ଏହି ଉଦ୍‌ଯାପନୀ ଉତ୍ସବରେ ଇଏମ୍‌ଆର୍‌ଏସ୍‌ର ସମସ୍ତ
ପି୍ରନ୍‌ସିପାଲ, ଶିକ୍ଷକଶିକ୍ଷୟିତ୍ରୀଙ୍କ ସହିତ ଆଗ୍ରହୀ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

ବ୍ରେକିଂ