ଆଜି ‘ରୋଜ୍ ଡେ’, ଜାଣନ୍ତୁ କେଉଁ ରଙ୍ଗର ଗୋଲାପ କି ବାର୍ତ୍ତା ଦିଏ

ଆଜିଠାରୁ ଆରମ୍ଭ ହୋଇଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ ସପ୍ତାହ । ଫେବୃଆରୀ ୭ ରୁ ୧୪ ତାରିଖ ଯାଏଁ ପ୍ରେମୀଯୁଗୋଳ ପାଳନ କରିବେ ପ୍ରେମ ସପ୍ତାହ। ଆଜି ପ୍ରେମ ସପ୍ତାହର ପ୍ରଥମ ଦିନ । ପ୍ରେମ ସପ୍ତାହର ପ୍ରଥମ ଦିନ ହେଉଛି ‘ରୋଜ୍ ଡେ’ ବା ଗୋଲାପ ଦିବସ । କୁହାଯାଏ ଗୋଲାପ ହେଉଛି ପ୍ରେମର ପ୍ରତୀକ । ଏଥିସହ ସମ୍ପର୍କ ଦୃଢ କରିବା ପାଇଁ ଫୁଲର ମହତ୍ୱ ଅଧିକ ।

ଏହି ଦିନ ଲୋକମାନେ ପରସ୍ପରକୁ ଗୋଲାପ ଫୁଲ ଦେଇ ନିଜର ପ୍ରେମ ବ୍ୟକ୍ତ କରନ୍ତି ।  ଯଦି ଆପଣ ମଧ୍ୟ କାହାକୁ ଗୋଲାପ ଫୁଲ ଦେବାକୁ ଯାଉଛନ୍ତି, ତେବେ ପ୍ରଥମେ ଜାଣନ୍ତୁ କେଉଁ ଗୋଲାପ କେଉଁ ସଙ୍କେତ ଦେଇଥାଏ ।

ଲାଲ୍ ଗୋଲାପ

ଏହା ଗୋଲାପର ସବୁଠାରୁ ସାଧାରଣ ରଙ୍ଗ । ରେଡ୍ ରୋଜ୍ ରୋମାନ୍ସ, ଆବେଗ ଏବଂ ତୀବ୍ର ଭାବନା ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ ।  ଲାଲ୍ ଗୋଲାପ ସହିତ ଜଡିତ ସବୁଠାରୁ ବିଶେଷ କଥା ହେଉଛି ଏହି ଗୋଲାପ ଦେଇ ଆପଣ ନିଜ ପସନ୍ଦର ଲୋକଙ୍କୁ ଭଲ ପାଇବା ବ୍ୟକ୍ତ କରିପାରିବେ ।

ହଳଦିଆ ଗୋଲାପ

ହଳଦିଆ ରଙ୍ଗ ବନ୍ଧୁମାନଙ୍କ ପାଇଁ ଉପଯୁକ୍ତ ପସନ୍ଦ ଭାବରେ ବିବେଚନା କରାଯାଏ । କାରଣ ହଳଦିଆ ରଙ୍ଗ ଜୀବନ୍ତ, ସତେଜ ଏବଂ ଉତ୍ସାହଜନକ ବୋଲି ବିବେଚନା କରାଯାଏ ।  ହଳଦିଆ ରଙ୍ଗ ସୁଖ ଏବଂ ଉତ୍ତମ ସ୍ୱାସ୍ଥ୍ୟର ପ୍ରତୀକ ମଧ୍ୟ ।  ତେଣୁ, ନିଜ ବନ୍ଧୁମାନଙ୍କୁ ଭଲ ପାଇବା ବ୍ୟକ୍ତ କରିବାକୁ ହଳଦିଆ ଗୋଲାପ ଦେଇ ପାରିବେ ।

ଧଳା ଗୋଲାପ

ଯଦି ଆପଣ  କୌଣସି ବନ୍ଧୁଙ୍କ ସହ କୌଣସି କଥାକୁଝଗଡା କରିଛନ୍ତି କିମ୍ବା ମନ ମାଳିନ୍ୟ କରିଛନ୍ତି, କିନ୍ତୁ ସେହି ଝଗଡାକୁ ଭୁଲି ପୁଣି ଥରେ ସେହି ସମ୍ପର୍କ ଆରମ୍ଭ କରିବାକୁ ଚାହୁଁଛ, ତେବେ ଧଳା ଗୋଲାପ ଆପଣଙ୍କ ପାଇଁ ସର୍ବୋତ୍ତମ ବିକଳ୍ପ । ଧଳା ଗୋଲାପକୁ ସରଳତା, ଭଦ୍ରତା ଏବଂ ଶାନ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ ।

ଗୋଲାପୀ ଗୋଲାପ

ଭାଲେଣ୍ଟାଇନ୍ସ ଡେ କେବଳ ସାଥୀକୁ ଭଲ ପାଇବା ପାଇଁ ନୁହେଁ ।  ଏହି ଦିନ, ଯଦି ଆପଣ ଚାହାଁନ୍ତି, ତେବେ ଆପଣ ନିଜ ପିତାମାତା, ଶିକ୍ଷକ କିମ୍ବା ଭାଇଭଉଣୀଙ୍କ ପ୍ରତି ମଧ୍ୟ ପ୍ରେମ ପ୍ରକାଶ କରିପାରିବେ ଏବଂ ଧନ୍ୟବାଦ ଜଣାଇବା ପାଇଁ ସେମାନଙ୍କୁ ଗୋଲାପୀ ଗୋଲାପ ଉପହାର ଦେଇପାରିବେ ।

 

 

Leave A Reply

Your email address will not be published.

ବ୍ରେକିଂ