ଜାଣନ୍ତୁ ଘରେ କେଉଁ ରଙ୍ଗ ଦେଲେ କଣ ପ୍ରଭାବ ପଡିଥାଏ

 ବାସ୍ତୁ ଟିପ୍ସ: ରଙ୍ଗ ଆମ ଜୀବନରେ ବହୁ ଗୁରୁତ୍ୱ ବହନ କରିଥାଏ। ଫେଙ୍ଗସୁଇ ଅନୁସାରେ ମଣିଷ ଉପରେ ରଙ୍ଗର ଉଭୟ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ରଙ୍ଗ ଲୋକଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ପ୍ରଭାବିତ କରିଥାଏ, ଏହା ଭଲ ଅବା ଖରାପ ହୋଇପାରେ। ତେଣୁ ଘରେ ରଙ୍ଗ ଦେବା ବେଳେ ବୁଝି ବିଚାରି ଦିଅନ୍ତୁ, ଯେମିତି ଏହା ଖରାପ ପ୍ରଭାବ ନ ପକାଇବ। ତା’ହେଲେ ଆସନ୍ତୁ ଜାଣିବା ଫେଙ୍ଗସୁଇ ଅନୁସାରେ ଘରେ କେଉଁ ରଙ୍ଗ ଦେଲେ ଭଲ ଓ କେଉଁ ରଙ୍ଗ ଦେଲେ ଖରାପ।

  •  ଫେଙ୍ଗସୁଇରେ ସବୁଜ ରଙ୍ଗକୁ ଶାନ୍ତି ଓ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ। ଏହି ରଙ୍ଗକୁ ଆପଣ ବେଡ୍‌ରୁମ୍‌ କିମ୍ୱା ବାଥ୍‌ରୁମ୍‌ରେ ଦେଇ ପାରିବେ। କିନ୍ତୁ ଏହି ରଙ୍ଗକୁ ଡ୍ରଇଂ ରୁମ୍‌ରେ ବ୍ୟବହାର କରନ୍ତୁ ନାହିଁ।
  •  ନୀଳ ରଙ୍ଗର ସମ୍ୱନ୍ଧ ଜଳ ସହିତ ରହିଛି। ଫେଙ୍ଗସୁଇରେ ଏହାକୁ ସ୍ୱର୍ଗର ପ୍ରତୀକ ବୋଲି କୁହାଯାଏ। କୁହାଯାଏ ଏହା ଧୈର୍ଯ୍ୟ ବଢ଼ାଇଥାଏ। ଏହି ରଙ୍ଗକୁ ଆପଣ ବେଡ୍‌ରୁମ୍‌ରେ ଦେଇପାରିବେ। କିନ୍ତୁ ଡ୍ରଇଂ ରୁମ୍‌ ଓ ଡାଇନିଂ ହଲ୍‌ରେ ଏହି ରଙ୍ଗକୁ ବ୍ୟବହାର କରନ୍ତୁ ନାହିଁ।
  •  ଗୋଲାପୀ ରଙ୍ଗକୁ ପ୍ରେମ, ଆଦର୍ଶ ଓ ଦୟାର ପ୍ରତୀକ ବୋଲି କୁହାଯାଏ। ସମ୍ପର୍କ ଉପରେ ଏହି ରଙ୍ଗ ବିଶେଷ ପ୍ରଭାବ ପକାଇଥାଏ। ତେଣୁ ବେଡ୍‌ରୁମ୍‌ ଓ ପିଲାଙ୍କ ଶୋଇବା ଘରେ ଏହି ରଙ୍ଗକୁ ବ୍ୟବହାର କରନ୍ତୁ।
  •  ଧଳା ରଙ୍ଗ ମାନସିକ ଶାନ୍ତି ଦେଇଥାଏ। ଏହାକୁ ଆପଣ ବାଥରୁମ୍‌ କିମ୍ୱା କିଚେନ୍‌ରେ ବ୍ୟବହାର କରିପାରିବେ। କିନ୍ତୁ ଏହାକୁ ଡାଇନିଂ ହଲ୍‌ କିମ୍ୱା ପିଲାଙ୍କ ଶୋଇବା ଘରେ ବ୍ୟବହାର କରନ୍ତୁ ନାହିଁ।
  •  ଫେଙ୍ଗସୁଇ ଅନୁସାରେ କଳା ରଙ୍ଗ ଧନର ପ୍ରତୀକ ହୋଇଥାଏ। ତେବେ ଏହା ନକାରାତ୍ମକ ପ୍ରଭାବ ମଧ୍ୟ ପକାଇଥାଏ। ଏଥିପାଇଁ ଏହି ରଙ୍ଗକୁ ଡ୍ରଇଂ ରୁମ୍‌, ପିଲାଙ୍କ ଶୋଇବା ଘର, କିଚେନ୍‌ ଓ ବେଡ୍ ରୁମ୍‌ରେ ଦିଅନ୍ତୁ ନାହିଁ । ସାବଧାନ ପୂର୍ବକ ଏହି ରଙ୍ଗର ବ୍ୟବହାର କରନ୍ତୁ। ନଚେତ୍‌ ଏହି ରଙ୍ଗ ପାଇଁ ଆପଣ ସମସ୍ୟାରେ ପଡ଼ିପାରନ୍ତି।
  •  ଲାଲ୍‌ ରଙ୍ଗ ଅଗ୍ନି ତତ୍ତ୍ୱ ସହିତ ଜଡ଼ିତ। ତେଣୁ ଏହି ରଙ୍ଗ ଭାରି ପ୍ରଭାବୀ ଓ ବଳଶାଳୀ। ଫେଙ୍ଗସୁଇ ଅନୁସାରେ ଏହି ରଙ୍ଗକୁ ଡ୍ରଇଂ ରୁମ୍‌, କିଚେନ୍‌ ଓ ଛୁଆଙ୍କ ଶୋଇବା ଘରେ ଦିଅନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ଘରେ ପାରିବାରିକ କଳହ ଲାଗି ରହିବ। ଏହା ସହିତ ପୂର୍ବ ଓ ପଶ୍ଚିମ ଦିଗରେ ଥିବା କବାଟରେ ଲାଲ୍‌ ରଙ୍ଗ୍ ଦିଅନ୍ତୁ ନାହିଁ।
  •   ଘରର କରିଡର୍‌, କିଚେନ୍‌, ବାଥ୍‌ରୁମ୍‌ କିମ୍ୱା ମିଟିଂ ରୁମ୍‌ରେ ହଳଦିଆ ରଙ୍ଗ ଦିଅନ୍ତୁ ନାହିଁ।

Leave A Reply

Your email address will not be published.

ବ୍ରେକିଂ